ଓଡିଶା ଆସୁଛନ୍ତି ରାଜ୍ୟପାଳ ! ରାଜ୍ୟ ରାଜନୀତିରେ ବଡ ପରିବର୍ତନ ହେବାର ସମ୍ଭାବନା

95

କନକ ବ୍ୟୁରୋ: ରାଜ୍ୟ ରାଜନୀତିରେ ବଡ ପରିବର୍ତନ ସମ୍ଭାବନା ଦେଖାଦେଇଛି । ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ମୁଖ୍ୟମନ୍ତ୍ରୀ ସଙ୍କେତ ଦେଇସାରିଥିବାବେଳେ ଆସନ୍ତାକାଲି ଭୁବନେଶ୍ୱର ଆସୁଛନ୍ତି ରାଜ୍ୟପାଳ । ରାଜ୍ୟପାଳ କାଲି ସକାଳେ ଭୁବନେଶ୍ୱରରେ ପହଂଚିବେ । ତେବେ ଏହାପର ଦିନ ଅର୍ଥାତ ରବିବାର ଦିନ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯିବେ । ଯଦି ମନ୍ତ୍ରିମଣ୍ଡଳରେ ଅଦଳବଦଳ ହୁଏ ତେବେ ତାହା ଆସନ୍ତାକାଲି ବି ହେବାର ସମ୍ଭାବନା ରହିଛି । ନଚେତ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ଏହି ଅଦଳବଦଳ ହୋଇପାରେ ।

ମନ୍ତ୍ରୀମଣ୍ଡଳରେ ବଡ ଧରଣର ଅଦଳବଦଳ ନେଇ ସଙ୍କେତ ମିଳିବା ପରେ ବିଜେଡି ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । କିଏ ଯିବ କିଏ ଆସିବ ତାକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି । ତେବେ ଏହି ରହସ୍ୟ କେବଳ ମୁଖ୍ୟମନ୍ତ୍ରୀଙ୍କୁ ହିଁ ଜଣା । ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ବି କୁହାଯାଇପାରେ ବି ଚର୍ଚ୍ଚା ହେଉଛିା ରାଜ୍ୟପାଳ ଏସ.ସି.ଜମିର ଭୁବନେଶ୍ୱରରେ ରହିବା ସମୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ ଚତୁର୍ଥ ପାଳିର ଏହା ହେବ ପ୍ରଥମ ମନ୍ତ୍ରିମଣ୍ଡଳ ଅଦଳବଦଳ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –