ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ମାଡ଼ ତତ୍ତ୍ୱ ! କହିଲେ ଲାଂଚ ମାଗିଲେ ଅଫିସରଙ୍କୁ ଚପଲରେ ବାଡାଅ

30

କନକ ବ୍ୟୁରୋ : ମନ୍ତ୍ରୀ ସୂର୍ଯ୍ୟପାତ୍ରଙ୍କ ମାଡ଼ ତତ୍ତ୍ୱ । ଲାଂଚ ମାଗିଲେ ସରକାରୀ କର୍ମଚାରୀ କିମ୍ବା ବ୍ୟକ୍ତିଙ୍କୁ ଚପଲରେ ମାଡ ମାରିବାକୁ କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । ଅଭିଯୋଗ ପରେ ସଂପୃକ୍ତ ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମନ୍ତ୍ରୀ ଦିଗପହଣ୍ଡି ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଂଟନରେ ଯୋଗଦେଇ ଏହି ଚରମବାଣୀ ଶୁଣାଇଥିଲେ ।

ପରେ ସେ କନକନ୍ୟୁଜକୁ କହିଛନ୍ତି ଯେ, ପିସି ମାଗୁଥିବା ଲୋକଙ୍କୁ ଚାପଲରେ ମାରିବା ପାଇଁ ସେ କହିଛନ୍ତି । ମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ଲାଂଚ ମାଗିଲେ ହିତାଧିକାରୀମାନେ ଚପଲରେ ମାରିବା ସହ ବିଡିଓ ଓ ବ୍ଲକ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କହିଛନ୍ତି । ଏପରିକି ଭିଜିଲାନସ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ନମ୍ବର ଜାରି କରାଯାଇଛି । ୨୪ ଘଂଟା ମଧ୍ୟରେ ଏ ନେଇ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ହେବ । ମୁଖ୍ୟମନ୍ତ୍ରୀ ପିସି କାରବାର ବନ୍ଦ ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।