ବିଅର ଫ୍ୟାକ୍ଟ୍ରୀ ପାଇଁ ଗଛ କଟା ହୋଇଥିଲା, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବନ୍ଦ ହୋଇଥିଲା । ହେଲେ ମନ୍ତ୍ରୀଙ୍କ ଉତ୍ତରରେ ନାହିଁ ଢେଙ୍କାନାଳରେ ଗଛ କଟା ନେଇ ତଥ୍ୟ ।

ବିଅର ଫ୍ୟାକ୍ଟ୍ରୀ ପାଇଁ ନଭେମ୍ବର ୭, ୨୦୧୮ରେ ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିଲେ । ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ଥିଲା ୧୨ ଏକର ଜଙ୍ଗଲ ଜମି । ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢାଇବାକୁ ପ୍ରାୟ ୫୦୦ ଗଛ କାଟି ଦିଆଯାଇଥିବାର ଅଭିଯୋଗ ମଧ୍ୟ ହୋଇଥିଲା । ମାତ୍ର ସ୍ଥାନୀୟ ଗ୍ରାମବାସୀ ଏହାର ଜୋରଦାର ପ୍ରତିବାଦ କରିଥିଲେ । ଆଉ ଲଗାତର ବିରୋଧ ପରେ ଗଛକଟା ବନ୍ଦ ରଖୀବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

173

ବିଅର ଫ୍ୟାକ୍ଟ୍ରୀ ପାଇଁ ଗଛ କଟା ହୋଇଥିଲା । ଆନ୍ଦୋଳନ ତୀବ୍ର ହେବା ପରେ ସରକାର ଏଥିରେ ହସ୍ତକ୍ଷେପ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗଛକଟା ବନ୍ଦ ରହିଥିଲା । ହେଲେ ଏବେ ଏହି ସତକୁ ଫାଙ୍କିଦେବା ପାଇଁ ଚେଷ୍ଟା ହୋଇଥିବା ଦେଖିବାକୁ ମିଳିଛି । ଖାସ କରି ବିଧାସନସଭାରେ ଦିଆଯାଇଥିବା ଏକ ଉତ୍ତର ପରେ ପୁଣି ଏହି ପ୍ରସଙ୍ଗକୁ ନେଇ ବିବାଦ ଦେଖିବାକୁ ମିଳିଛି ।

ବିଧାନସଭାରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଦେଇଥିବା ବୟାନ ସତ ଲୁଚାଇବାର ଅପଚେଷ୍ଟା ବୋଲି ଅଭିଯୋଗ ହୋଇଛି । ବର୍ଷ ୨୦୧୮-୧୯ରେ ଶିଳ୍ପ ପ୍ରତିଷ୍ଠା ପାଇଁ କେତେ ଗଛ କଟାଯାଇଛି, ତାର ଉତ୍ତର ଦିଆଯାଇଥିବା ସ୍ଥାନରେ ଢେଙ୍କାନାଳରେ କୈାଣସି ଗଛ କଟାଯାଇ ନାହିଁ ବୋଲି ଉଲ୍ଲେଖ ରହିଛି ।

କେଉଁଭଳି ଭାବେ ବିଧାନସଭାରେ ଏହି ଉତ୍ତର ରଖାଗଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଢେଙ୍କାନାଳ ବଳରାମପୁରରେ ବିଅର ଫ୍ୟାକ୍ଟ୍ରୀ ପାଇଁ ଗଛ କାଟିବାକୁ ନେଇ ବିବାଦ ଦେଖାଦେବା ପରେ ନଭେମ୍ବର ୨୦୧୮ରେ ମୁଖ୍ୟମନ୍ତ୍ରୀ ଆରଡିସି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ଗଛକଟା ବନ୍ଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ।

ବିଅର ଫ୍ୟାକ୍ଟ୍ରୀ ପାଇଁ ନଭେମ୍ବର ୭, ୨୦୧୮ରେ ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିଲେ । ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ଥିଲା ୧୨ ଏକର ଜଙ୍ଗଲ ଜମି । ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢାଇବାକୁ ପ୍ରାୟ ୫୦୦ ଗଛ କାଟି ଦିଆଯାଇଥିବାର ଅଭିଯୋଗ ମଧ୍ୟ ହୋଇଥିଲା । ମାତ୍ର ସ୍ଥାନୀୟ ଗ୍ରାମବାସୀ ଏହାର ଜୋରଦାର ପ୍ରତିବାଦ କରିଥିଲେ । ଆଉ ଲଗାତର ବିରୋଧ ପରେ ଗଛକଟା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ତେବେ ବିଧାନସଭାରେ ଦିଆଯାଇଥିବା ଉତ୍ତରରେ କିଭଳି ଏହି ପ୍ରସଙ୍ଗ ସ୍ଥାନ ପାଇଲାନି, ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ସରକାର ଏହି ପ୍ରସଙ୍ଗକୁ ଏଡାଇ ଦେବାକୁ ଚାହିଁଛନ୍ତି କି? ଅଜାଣତରେ ଏଭଳି ତ୍ରୁଟି ହୋଇଛି, ନା ଏହା ପଛରେ ଅଲଗା କିଛି ଉଦ୍ଦେଶ୍ୟ ରହିଛି, ତାକୁ ନେଇ ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ବିଧାୟକ ପ୍ରଫୁଲ୍ଲ ସାମଲ କରିଥିବା ପ୍ରଶ୍ନରେ ଆହୁରି ଅନେକ ସାଂଘାତିକ ଦିଗ ସାମ୍ନାକୁ ଆସିଛି । ରାସ୍ତା ପାଇଁ ଗତ ୩ ବର୍ଷ ମଧ୍ୟରେ କଟାଗଲାଣି ୪ ଲକ୍ଷରୁ ଅଧିକ ଗଛ । ଗୋଟିଏ ପଟେ ଗଛ କଟାଯିବା କାରଣରୁ ଜଳବାୟୁରେ ସାଂଘାତିକ ପରିବର୍ତ୍ତନ ଦେଖାଯାଉଥିବା ବେଳେ ଅନ୍ୟପଟେ ବିକାଶ ନାଁରେ ଗତ ୩ ବର୍ଷ ମଧ୍ୟରେ ଲକ୍ଷ ଲକ୍ଷ ଗଛ କଟାଯାଇଛି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ରାଜ୍ୟରେ ଗତ ୩ ବର୍ଷ ମଧ୍ୟରେ ରାସ୍ତା ପ୍ରଶସ୍ତିକରଣ, ଶିଳ୍ପାୟନ ଓ ପୁନଃବସତି କାରଣରୁ କେତେ ଗଛ କଟାଯାଇଛି । କେତେ ନୂଆ ଜଙ୍ଗଲ ସୃଷ୍ଟି କରାଯାଇଛି ଓ ଚୋରା ବେପାରୀଙ୍କ କବଳରୁ ଜଙ୍ଗଲର ସୁରକ୍ଷା ପାଇଁ ସରକାର କଣ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଆଜି ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଏଭଳି କିଛି ପ୍ରଶ୍ନ ପଚାରିବା ସହ ଏହାର ଉତ୍ତର ଜାଣିବାକୁ ଚାହିଁଥିଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ।

ଆଉ ଏହାର ଉତ୍ତରରେ ଗତ ୩ ବର୍ଷର ହିସାବ ଗୃହରେ ରଖିଥିଲେ ବିଭାଗୀୟ ମନ୍ତ୍ରୀ । ୨୦୧୬ରୁ ୨୦୧୯ ମଧ୍ୟରେ ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ୪ ଲକ୍ଷ ୨୫ ହଜାର ୨୮୧ ଗଛ କଟା ଯାଇଥିବା ବେଳେ ଶିଳ୍ପାୟନ ପ୍ରତିଷ୍ଠା ନିମନ୍ତେ ୪୨,୪୩୭ଟି ଗଛ କଟାଯାଇଥିବା କହିଛନ୍ତି ମନ୍ତ୍ରୀ । ତେବେ ଏହାର ଭରଣା ପାଇଁ ବିଭିନ୍ନ ବନୀକରଣ ଯୋଜନାରେ ଗତ ୩ ବର୍ଷରେ ୧୦ କୋଟି ୫ ଲକ୍ଷ ୩୯ ହଜାର ବୃକ୍ଷଚାରା ରୋପଣ କରଯାଇଛି । ସେହିଭଳି ବାଡି ବଗିଚାରେ ରୋପଣ ପାଇଁ ପ୍ରାୟ ୬ କୋଟି ୬୪ ଲକ୍ଷ ୧୭ ହଜାର ବୃକ୍ଷଚାରା ହିତାଧିକାରୀ ମାନଙ୍କୁ ବିତରଣ କରାଯାଇଥିବା କହିଛନ୍ତି ମନ୍ତ୍ରୀ । ରାଜ୍ୟରେ ଦ୍ରୁତ ଗତିରେ ଜଙ୍ଗଲ ହ୍ରାସ ପାଉଥିବା ବେଳେ ଗତ ଫନି ବାତ୍ୟାରେ ମଧ୍ୟ ୨୨ ଲକ୍ଷରୁ ଅଧିକ ଗଛ ନଷ୍ଟ ହୋଇଛି । ତେଣୁ ବୃକ୍ଷରୋପଣ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ସରକାର ।

ସେହିଭଳି ଜଙ୍ଗଲର ସୁରକ୍ଷା ପାଇଁ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ୧୬୪ ଗୋଟି ଚେକ୍ ଗେଡ ସ୍ଥାପନ କରାଯାଇଛି । ଏହାଛଡା ଜଙ୍ଗଲ ସୁରକ୍ଷା ପାଇଁ ରାଜ୍ୟରେ ୧୧୨୧ଟି ବନରକ୍ଷୀ ଗୃହ, ୨୯୧ଟି ବନପାଳ ବାସଗୃହ, ୭୮ଟି ବନାଞ୍ଚଳ କାର୍ଯ୍ୟାଳୟ , ୯୭ଟି ଜଙ୍ଗଲ ବାରାକ୍, ୫୧ଟି ମାଲଖାନା ନିର୍ମାଣ କରଯାଇଛି ।