ନବୀନଙ୍କ ନବକଳେବର : କ୍ୟାବିନେଟ୍ ଓ ରାଷ୍ଟ୍ରମନ୍ତ୍ରୀଙ୍କ ଶପଥ ଗ୍ରହଣ

30

କନକ ବ୍ୟୁରୋ : ଆଜି ରାଜଭବନରେ ନୂଆ ମନ୍ତ୍ରୀଙ୍କ ଶପଥ  ଗ୍ରହଣ ହୋଇଛି । ସକାଳ ୯ଟା୨୦ରେ ଆରମ୍ଭ ହୋଇଥିଲା  ଶପଥ ଗ୍ରହଣ ଉତ୍ସବ । ରାଜଭବନର ଅଭିଷେକ ହଲରେ ରାଜ୍ୟପାଳ ଡ. ଏସ.ସି.ଜମୀର ୮ଜଣ କ୍ୟାବିନେଟ୍‌ ମନ୍ତ୍ରୀ ଓ ୪ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ପଦ ଓ ଗୋପୀୟତାର ଶପଥପାଠ କରାଇଛନ୍ତି ।

କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ସୂର୍ଯ୍ୟ ପାତ୍ର , ନିରଂଜନ ପୂଜାରୀ , ପ୍ରଫୁଲ୍ଲ ମଲ୍ଲିକ, ରମେଶ ମାଝୀ , ମହେଶ୍ୱର ମହାନ୍ତି,ପ୍ରତାପ ଜେନା ,ଶଶିଭୂଷଣ ବେହେରା ଓ ପ୍ରଫୁଲ ସାମଲ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲେ ।

ସେହିପରି ରାଷ୍ଟ୍ରମନ୍ତ୍ରୀ ଭାବେ ଚନ୍ଦ୍ରସାରଥୀ ବେହେରା ,ସୁଶାନ୍ତ ସିଂ,ଅନନ୍ତ ଦାସ ଓ ନୃସିଂହ ସାହୁ ନେଲେ ଶପଥ ।ଏହି ନୂତନମନ୍ତ୍ରୀମାନଙ୍କ ଶପଥଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମନ୍ତ୍ରିମଣ୍ଡଳର ସଦସ୍ୟ, ବିଧାୟକ ଓ ସାଂସଦମାନେ ଉପସ୍ଥିତ ଥିଲେ।