୨୭ରେ ରାଜକୋଷର ହିସାବନିକାଶ ! ଲକ୍ଷେ କୋଟି ଅତିକ୍ରମ କରିବ ରାଜ୍ୟ ବଜେଟ୍

37

କନକ ବ୍ୟୁରୋ : ବଜେଟର ଚିଠା ପ୍ରସ୍ତାବକୁ ଅନୁମୋଦନ କରିଛି ରାଜ୍ୟ ମନ୍ତ୍ରୀ ପରିଷଦ । ଆଜି ଅନୁଷ୍ଠିତ ବୈଠକରେ ୨୦୧୭-୧୮ ଆର୍ଥିକ ବର୍ଷର ବଜେଟର ଅଟକଳ ୧ ଲକ୍ଷ ୬ ହଜାର କୋଟି ଟଙ୍କା ଟପିବ ବୋଲି ସୂଚନା ମିଳିଛି । ବିଭାଗ ନୁହେଁ, ବିଭିନ୍ନ ଯୋଜନାକୁ ଲକ୍ଷ୍ୟ କରି ବ୍ୟୟ ବରାଦ କରାଯିବ ବୋଲି ସୂଚନା ମିଳିଛି ।

ଆସନ୍ତା ୨୭ ତାରିଖରେ ରାଜ୍ୟର ଆର୍ଥିକ ବଜେଟ୍ ଆଗତ ହେବ । ପରେ ମାର୍ଚ୍ଚ ୨ ରୁ ୪ ତାରିଖ ପର୍ଯ୍ୟନ୍ତ ସାଧାରଣ ବଜେଟ୍ ଉପରେ ଆଲୋଚନା ହେବ । ବଜେଟ ଆଗତ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ମନ୍ତ୍ରୀ ପରିଷଦର ବୈଠକ ବସିଥିଲା । ବୈଠକରେ ରାଜ୍ୟର ସମସ୍ତ ମନ୍ତ୍ରୀ ଉପସ୍ଥିତ ଥିଲେ ।