ଅନୁଗୁଳରେ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ବିରୋଧ

13

ଅନୁଗୁଳ : ଅନୁଗୁଳରେ ମନ୍ତ୍ରୀ ସଂଜୟ ଦାସବର୍ମାକୁ ବିରୋଧ । ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ର ବନ୍ଧ ନିର୍ମାଣକୁ ବିରୋଧ କରିବା ନେଇ ଅନୁଗୁଳ ଯାଇଥିବା ବେଳେ ବିରୋଧର ସମ୍ମୁଖିନ ହୋଇଛନ୍ତି ମନ୍ତ୍ରୀ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେଡିର ବିରୋଧ କାର୍ଯ୍ୟକ୍ରମ ବେଳେ ବିଜେପି କର୍ମୀମାନେ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ବିରୋଧ କରିଛନ୍ତି । ଫଳରେ ବିଜେପି ଓ ବିଜେଡି କର୍ମୀ ମୁହାମୁହିଁ ହୋଇଛନ୍ତି । ଆରୋପ ପ୍ରତ୍ୟାରୋପ ଭିତରେ ଉଭୟ ବିଜେପି ଓ ବିଜେଡି କର୍ମୀ ମଧ୍ୟରେ ହାତାହାତି ମଧ୍ୟ ହୋଇଛନ୍ତି । ଏହି ଘଟଣାର ନେତୃତ୍ୱ ନେଉଥିବା ବିଜେପି ନେତା ରୁଦ୍ର ନାରାୟଣ ପାଣିଙ୍କ ସମେତ ମୋଟ୍ ୧୦ ଜଣଙ୍କୁ ପୁଲିସ ଅଟକ ରଖିଛି । ନ୍ୟୁଜ ସହ ଦେଖିନ୍ତୁ ଏହି ଭିଡିଓ :