ବ୍ରହ୍ମଗିରି : ଅଲାରନାଥ ଧନ୍ଦାମୂଳକ ମହାବିଦ୍ୟାଳୟରେ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ବିରୋଧ କରି ଛାତ୍ରଛାତ୍ରୀଙ୍କ ତୁମୂଳ କାଣ୍ଡ । ରାସ୍ତା ଓ କଲେଜ ଭିତିଭୂମି ବିକାଶ ଦାବିରେ ଚେୟାର ଫିଙ୍ଗାଫୋପଡା କରିବା ସହ ଭଙ୍ଗାରୁଜା କରିଛନ୍ତି ଛାତ୍ରଛାତ୍ରୀ । ପରିସ୍ଥିତି ଉତେଜନାପୂର୍ଣ୍ଣ ହେବାରୁ ପୋଲିସ ମୃଦୁ ଲାଠି ଚାଳନା କରିଛି । ଏଥିରେ ଜଣେ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି । ବିଭିନ୍ନ ସମୟରେ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ବିଜେପି କଳା ପତାକା ପ୍ରଦର୍ଶନ ଓ ଅଣ୍ଡାମାଡ କରିବା ଭଳି ଖବର ସାମ୍ନାକୁ ଆସୁଥିବାବେଳେ ଏବେ କଲେଜ ଛାତ୍ରଛାତ୍ରୀ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଛନ୍ତି ।