ତେଜିଲା ରାଜନୈତିକ ହିଂସା! ତରଭା ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ପ୍ରଫୁଲ୍ଲ ମଲିକଙ୍କ ଇସ୍ତଫା ଦାବି କଲା ବିଜେପି

23

କନକ ବ୍ୟୁରୋ : ଜଳୁଛି ଢ଼େଙ୍କାନାଳ । ତେଜୁଛି ରାଜନୈତିକ ହିଂସା । ତରଭା ବିଜେପି କର୍ମୀଙ୍କ ହତ୍ୟାକାଣ୍ଡକୁ ନେଇ ଖଣି ଓ ଇସ୍ପାତ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେପି । ଏହି ହତ୍ୟାକାଣ୍ଡର ପ୍ରଫୁଲ୍ଲ ମଲ୍ଲିକଙ୍କ ସମ୍ପୃକ୍ତି ଅଭିଯୋଗ କରିଛି ଜିଲ୍ଲା ବିଜେପି । ମନ୍ତ୍ରୀଙ୍କ ଇସ୍ତଫା ଦାବି ସହ ମୃତକ ପରିବାରକୁ କ୍ଷତିପୂରଣ ଦାବିରେ ଆଜି ୧୨ଘଂଟିଆ ଢ଼େଙ୍କାନାଳ ବନ୍ଦ ପାଳନ କରୁଛି ବିଜେପି । ବିଭିନ୍ନ ସ୍ଥାନରେ ବିଜେପି କର୍ମୀ ପିକେଟିଂ କରିବା ସହ ବିକ୍ଷୋଭ କରିଛନ୍ତି । ରାସ୍ତାରୋକ ସମୟରେ ୩୫ଜଣ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି ପୁଲିସ୍ । ପୂର୍ବତନ ସାଂସଦ ରୁଦ୍ର ପାଣି ସମେତ ଆନେକ ବରିଷ୍ଠ ନେତାଙ୍କୁ ଅଟକ ରଖିଛି ପୁଲିସ୍ ।

ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି । ସଲମାନ ରାଉତ ଗୁଳିକାଣ୍ଡରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି ଏବଂ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର କ୍ଷତି ପୂରଣ ଦାବି କରି ବନ୍ଦ ଡାକରା ଦେଇଛି ବିଜେପି । ଗାଡି ଚଳାଚଳ ବନ୍ଦ ରହିଛି । ଦୋକାନ ବଜାରରେ ତାଲା ପଡିଛି । ତେବେ ୫୫ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ସ୍ୱାଭାବିକ ରହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-