ପ୍ରଚାରରେ ‘ଚୋର’ ଉପାଖ୍ୟାନ ! ପ୍ରଦୀପ କହିଲେ ଧର୍ମେନ୍ଦ୍ର କୋଇଲା ଚୋର, ଧର୍ମେନ୍ଦ୍ର କହିଲେ ପ୍ରଦୀପ ଚିଟଫଣ୍ଡ ଚୋର

38

କନକ ବ୍ୟୁରୋ : ପ୍ରଚାର ବେଳେ ପୁଣି ବାକଯୁଦ୍ଧ । ଚିଟଫଣ୍ଡରେ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସଂପୃକ୍ତି ଥିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ ଆଣିବା ପରେ ଏହାର ଜବାବ ଦେଇଛନ୍ତି ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ । ଧର୍ମେନ୍ଦ୍ରଙ୍କ ନାଁରେ କୋଇଲା ଚୋରି ଅଭିଯୋଗ ଥିବା ସେ କହିବା ସହ ଓଡିଶାରେ ଜିତିନପାରିବାରୁ ବିହାରରୁ ଯାଇ ମନ୍ତ୍ରୀ ସାଜିଛନ୍ତି ବୋଲି ପ୍ରଦୀପ କହିଛନ୍ତି ।

ସେପଟେ ପ୍ରଦୀପ ପାଣିଗ୍ରାହୀଙ୍କ ଅଭିଯୋଗର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ଅଭିଯୋଗର ତଦନ୍ତ କରି ତାଙ୍କୁ ଜେଲ ପଠାଇ ଦିଆଯାଉ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏହା ସହ ପ୍ରଦୀପ ପାଣିଗ୍ରାହୀଙ୍କର ଚିଟଫଣ୍ଡ ଲିଙ୍କ୍ ନାହିଁ ବୋଲି ସ୍ପଷ୍ଟ କରିବେ କି ବୋଲି ସେ ପୁଣି ପାଳଟା ପ୍ରଶ୍ନ କରିଛନ୍ତି ।