ଆସୁଛନ୍ତି ରେଳ ରାଷ୍ଟ୍ରମନ୍ତ୍ରୀ : ଗ୍ରାମୀଣ ୱାଇଫାଇ ହଟସ୍ପଟ ପ୍ରକଳ୍ପର ହେବ ଉଦଘାଟନ

66

କନକ ବ୍ୟୁରୋ: ବ୍ରହ୍ମପୁର ରେଳ ଷ୍ଟେସନରେ ଫୁଟ୍ ଓଭରବ୍ରିଜ୍ ସହ ଏସ୍କାଲେଟର୍ ସୁବିଧା ରହିବ। ଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏଭଳି ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିସହ ଭୁବନେଶ୍ବର ରେଳ ଷ୍ଟେସନର ୬ ନମ୍ବର ପ୍ଲାଟ୍ଫର୍ମରେ ଏକ ଏସ୍କାଲେଟର ସୁବିଧା କରିବା ପାଇଁ ଆଜି କେନ୍ଦ୍ର ସଞ୍ଚାର ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ଓ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ଏକ ସ୍ବତନ୍ତ୍ର ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିହ୍ନା ବିଭିନ୍ନ ଯାତ୍ରୀ ସେବା ଓ ଜନହିତକର କାର‌୍ୟ୍ୟର ଉଦଘାଟନ କରିବେ। କେନ୍ଦ୍ର ତୈଳ, ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ଉପସ୍ଥିତି ରହିବେ। ଏହି ଅବସରରେ କେନ୍ଦ୍ର ସଞ୍ଚାର ମନ୍ତ୍ରାଳୟର ବିଭିନ୍ନ ଜନହିତକର କାର୍ଯ୍ୟ ଯଥା ଗ୍ରାମୀଣ ୱାଇଫାଇ ହଟସ୍ପଟ ଓ ଜଗତସିଂହପୁର ଜିଲ୍ଲାର ୧୦୦ ପଞ୍ଚାୟତରେ ୱାଇଫାଇ ପ୍ରକଳ୍ପ ଉଦଘାଟନ କରିବେ। ମୋବାଇଲ ପ୍ରକଳ୍ପ ଓ କମ୍ପ୍ରେହେନସିଭ ପର୍ଲ ଆର୍କାଇଭ ନେଟୱର୍କ ସହ ଅନ୍ୟାନ ପ୍ରକଳ୍ପଗୁଡ଼ିକୁ ଏହି ଅବସରରେ ଉଦଘାଟନ କରାଯିବ।

କାର‌୍ୟ୍ୟକ୍ରମ ଅବସରରେ ଦୁଇ ହଜାର କେନ୍ଦ୍ରଠାରେ ଏଲପିଜି ବିତରଣ ସଂସ୍ଥା ଓ ଅଏଲ ମାର୍କେଟିଂ କମ୍ପାନି ମଧ୍ୟରେ ରାଜିନାମା ହେବ। ଆଇଓସିଏଲ, ଏଚ୍ପିସିଏଲ, ବିପିସିଏଲ, ଏନଟିପିସି ଓ ନାଲକୋ ପକ୍ଷରୁ ୪୦୦ଟି ଉଜ୍ଜ୍ଵଳା ସାନିଟାରି ନାପକିନ୍ ତିଆରି ମେସିନ ଉଦ୍ଘାଟନ ହେବ। ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ପର‌୍ୟ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ କୁମାର ମହାନ୍ତି ଓ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ରହିବେ।