ହତ୍ୟା ଅପରାଧୀ ଓ ମନ୍ତ୍ରୀ ! ତରଭା ଖଳନାୟକ ସହ ଖଣିିମନ୍ତ୍ରୀଙ୍କ ସଂପର୍କ କଣ ?

46

କନକ ବ୍ୟୁରୋ : ତରଭା ଖଳନାୟକ ସହ ଖଣିମନ୍ତ୍ରୀଙ୍କ ସଂପର୍କ କଣ ? ଢେଙ୍କାନାଳ ଜିଲ୍ଲାର ରାଜନୈତିକ ହତ୍ୟାରେ ଯୋଡି ହୋଇ ରହିଛି ଏ ଚାଂଚଲ୍ୟକର ପ୍ରଶ୍ନ । ବିଜେପି କର୍ମୀ ସଲମନ୍ ରାଉତ ହତ୍ୟାକାଣ୍ଡରେ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ କରି ଆଜି ଢେଙ୍କାନାଳ ବନ୍ଦ ଡାକରା ଦେଇଥିଲା ଦଳ । ଆସନ୍ତାକାଲି ରାଜ୍ୟର ସମସ୍ତ ସବଡିଭିଜନରେ ବିକ୍ଷୋଭ ପାଇଁ ଡାକରା ଦେଇଛି । ସେପଟେ ପ୍ରଶ୍ନ ଉଠୁଛି, ପୋଲିସ କନେଷ୍ଟବଳ କେମିତ ବନିଲେ ବିଜେଡି କର୍ମୀ । ଅଭିଯୁକ୍ତ ବ୍ୟୋମକେଶ ବିଶ୍ୱାଳ ପରିବାରର ଅଧିକାଂଶ ସଦସ୍ୟ ବିଜେଡି ସହ ସିଧାସଳଖ ସଂପର୍କରେ ଅଛନ୍ତି ।

ତେଣୁ ଜିଲ୍ଲାର ବଡବଡିଆ ନେତାଙ୍କ ପାଖରେ ବ୍ୟୋମକେଶର ଖୁବ ଖାତିର । ତେଣୁ ଅଭିଯୋଗ ଆସୁଛି,ମନ୍ତ୍ରୀ ଓ ନେତାଙ୍କ ଛତ୍ରଛାୟା ତଳରେ ରହୁଥିବା ବ୍ୟୋମକେଶ ବିଜେପି କର୍ମୀଙ୍କê ପଏଣ୍ଟ ବ୍ଲାଙ୍କରେ ମାରିବାକୁ ପଛାଇଲା ନାହିଁ । ଏ ରାଜନୈତିକ ହତ୍ୟାକାଣ୍ଡ ପରେ ଆଉ ଏକ ଆଶ୍ଚର୍ଯ୍ୟକର ପ୍ରଶ୍ନ ଏବେ ବି ଉତ୍ତର ଅପେକ୍ଷାରେ । ପୋଲିସ ବିଭାଗର ସିପାହୀ କେମିତ ବନିଲେ ବିଜେଡି କର୍ମୀ । କେଉଁଠି ଥିଲା ବ୍ୟୋମକେଶର ପୋଷ୍ଟିଂ ।

କେବେଠୁ ଆସିଥଲେ ଗାଁକୁ ? ଖାକି ଓହ୍ଲାଇ କେମିତି ଦେଉଥିଲେ ବିଜେଡି ନାରା । ସରକାରୀ କର୍ମଚାରୀଙ୍କ ପ୍ରତକ୍ଷ୍ୟ ରାଜନୀତି ସହ ସଂପର୍କ ଅନେକ ସନ୍ଦେହ ସାମ୍ନାକୁ ଆଣୁଛି । ତେବେ ବିଜେଡି ଯୁକ୍ତି କରିଛି ଭିନ୍ନ । ମନ୍ତ୍ରୀଙ୍କ ଗିରଫଦାରୀ ଦାବିରେ ଆଜି ସାରା ଡେଙ୍କାନାଳକୁ ଠପ କରିଥିଲା ବିଜେପି । ଆସନ୍ତାକାଲି ରାଜନୀତିକୁ ଜିଲ୍ଲା ବାହାରକୁ ନେବାକୁ ଯୋଜନା କରିଛି ଦଳ ।

ତେଣୁ ସାରା ରାଜ୍ୟର ସବଡିଭିଜନ ହେଡକ୍ୱାଟରରେ ବିକ୍ଷୋଭ ପ୍ରଦର୍ଶନ କରିବେ ଦଳୀୟ ନେତା ଓ କର୍ମୀ । ଅନେକ ପ୍ରଶ୍ନ ଭିତରେ ଗୋଟିଏ ପ୍ରଶ୍ନ –ବିଜେଡି ସହ ବ୍ୟୋମକେଶର ସଂପର୍କ କ’ଣ ? ସରକାରୀ କର୍ମଚାରୀର ରାଜନୀତିର ଲିଙ୍କ ସାମ୍ନାକୁ ଆସିବା ପରେ ରାଜନୀତିରେ ଗଣିତ ଆହୁରି ଜଟିଳ ହେଉଛି ।