ସାଧାରଣତନ୍ତ୍ର ଦିବସ ସମାରୋହରେ ଭାଷଣ ପଢିପାରିଲେନି କଂଗ୍ରେସ ମନ୍ତ୍ରୀ ! ଜିଲ୍ଲାପାଳଙ୍କ ଦ୍ୱାରା ପଢାଇଲେ ଭାଷଣ, ଦେଖନ୍ତୁ ଭିଡିଓ ।

371

ଆଜି ୭୦ତମ ସାଧାରଣତନ୍ତ୍ର ଦିବସ । ସାରା ଦେଶରେ ବଡ ଧୁମଧାମରେ ଆଜିର ଦିନଟିକୁ ପାଳନ କରାଯାଇଛି । ତେବେ ଗଣତନ୍ତ୍ର ଦିବସ ଅବସରରେ ମଧ୍ୟପ୍ରଦେଶରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଆଜି ଗଣତନ୍ତ୍ର ଦିବସ ସମାରୋହରେ ମଧ୍ୟପ୍ରଦେଶ ସରକାରଙ୍କ ମନ୍ତ୍ରୀ ଇମର୍ତୀ ଦେବୀ ନିଜ ଭାଷଣ ପଢି ପାରିନଥିଲେ । କଂଗ୍ରେସ ଦଳର ଏହି ମନ୍ତ୍ରୀ ଗ୍ୱାଲିୟରରେ ପାଳନ କରାଯାଉଥିବା ଗଣତନ୍ତ୍ର ଦିବସ ସମାରୋହରେ ଭାଗ ନେଇଥିଲେ । ତେବେ ସେ ନିଜ ଭାଷଣ ନପଢିପାରି କହିଥିଲେ ଯେ, ଏବଂ ଜିଲ୍ଲାପାଳ ମହୋଦୟ ପଢିବେ ।

ତେବେ ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ମନ୍ତ୍ରୀ ସଫେଇ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ସେ ଗତ ଦୁଇ ଦିନ ଧରି ଅସୁସ୍ଥ ଥିଲେ । ଏପରିକି ଡାକ୍ତରଙ୍କୁ ଏ ବାବଦରେ ପଚାରିବା ପାଇଁ ମଧ୍ୟ ସେ ଗଣମାଧ୍ୟମ ପ୍ରତିନିଧିକୁ କହିଥିଲେ । ଆହୁରି ମଧ୍ୟ ସେ କହିଥିଲେ ଯେ, ଭଲ ହେଲା, କଲେକ୍ଟର ମଧ୍ୟ ଭଲ ଭାବେ ଭାଷଣ ପଢିଲେ । ତେବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକ ଟ୍ୱିଟରରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ଏଭଳି ଘଟଣା ଦୁର୍ଭାଗ୍ୟଜନକ ବୋଲି ଅନେକାଂଶରେ ମତ ପ୍ରକାଶ ପାଇଛି ।