କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

16

ଗ୍ୟାଂଗଷ୍ଟର ଧଳ ସାମନ୍ତଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ସାମିଲ ହେବା ଘଟଣା ପ୍ରଥମେ କନକ ନୁ୍ୟଜ୍ ସାମନାକୁ ଆଣିଥିଲା । ଏସମ୍ପର୍କରେ ସମ୍ପୃକ୍ତ ନେତାମାନଙ୍କ ପ୍ରତିକ୍ରିୟା ମଧ୍ୟ କନକ ନୁ୍ୟଜରେ ପ୍ରସାରଣ ହୋଇସାରିଛି । ତେବେ ଏକ ବିଶେଷ କଥା ହେଉଛି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଖୁଲାସା ପରେ କନକ ନୁ୍ୟଜକୁ ଏକ ସାକ୍ଷାତକାର ଦେବା ପାଇଁ ରାଜି ହୋଇଥିଲେ । କିନ୍ତୁ ଏହି ସାକ୍ଷାତକାରରେ ଧର୍ମେନ୍ଦ୍ର ତାଙ୍କ କ୍ଷୋଭ ପ୍ରକାଶ କରିଛନ୍ତି । ଆଉ ଧଳ ସାମନ୍ତ ସମ୍ପର୍କିତ ତାଙ୍କ ଖବରଟିକୁ ଏକ ପାଖିଆ ଭାବେ ପ୍ରସାରଣ କରାଯାଇଛି ବୋଲି ନିଜର ମତ ରଖିଛନ୍ତି । ଏହି ସାକ୍ଷାତକାର ମାଧ୍ୟମରେ କନକ ନୁ୍ୟଜ୍ ମଧ୍ୟ ତାର ମତ ରଖିଛି । ତେବେ କିଭଳି ଥିଲା ଏହି ସାକ୍ଷାତକାର ଜାଣିବା ପାଇଁ ଦେଖନ୍ତୁ :