ଉଚ୍ଚଜାତିର ଗରିବଙ୍କୁ ମଧ୍ୟ ମିିଳିବ କି ସଂରକ୍ଷଣ ? ଦାବି ଉଠାଇଲେ ଏନଡିଏର କେତେକ ସହଯୋଗୀ ଦଳ

57

କନକ ବ୍ୟୁରୋ : କ’ଣ ଏଣିକି ଉଚ୍ଚଜାତିର ଗରିବ ଲୋକମାନଙ୍କୁ ବି ସଂରକ୍ଷଣ ସୁବିଧା ମିଳିବ?  କଣ ଅନୁସୂଚିତ ଜାତି ଓ ଜନଜାତିଙ୍କ ପରି ବ୍ରାହ୍ମଣ ବା କ୍ଷତ୍ରିୟମାନେ ମଧ୍ୟ ସଂରକ୍ଷଣ ପାଇପାରିବେ ? ଏପରି ପ୍ରସଙ୍ଗ ଉପରେ ଏବେ ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ରରେ ଶାସନାଧିନ ଏନଡିଏର କେତେକ ସହଯୋଗୀ ଦଳ ଏ ନେଇ ଦାବି ଉଠାଇଛନ୍ତି ।

ଲୋକ ଜନଶକ୍ତି ପାର୍ଟି ନେତା ତଥା କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାଶଓ୍ଵାନ କହିଛନ୍ତି ଯେ ଉଚ୍ଚଜାତିର ଲୋକମାନଙ୍କୁ ଶିକ୍ଷା ଓ ଚାକିିରି କ୍ଷେତ୍ରରେ ୧୫ ପ୍ରତିଶତ ସଂରକ୍ଷଣ ଦିଆଯାଉ । ଅନୁସୂଚିତ ଜାତି ଓ ପଛୁଆ ବର୍ଗର ଲୋକମାନେ ସଂରକ୍ଷଣ ସୁବିଧା ପାଉଥିବାବେଳେ ଉଚ୍ଚବର୍ଗର ଗରିବ ଲୋକେ ଏପରି ସୁବିଧା ପାଉ ନ ଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଅଛି । ସେମାନଙ୍କ ପ୍ରତି ଅନ୍ୟାୟ ହେଉଛି ବୋଲି ଅନେକ ଅନୁଭବ କରୁଛନ୍ତି । ଏଥିଲାଗି ୧୫ ପ୍ରତିଶତ ସଂରକ୍ଷଣ ଦିଆଯାଉ ବେଲି ସେ କହିଛନ୍ତି । ତେବେ ଏହା ତାଙ୍କ ଦଳର ମତ ଏହା ସରକାରଙ୍କ ମତ ନୁହେଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି ।

ଏନଡିଏର ଅନ୍ୟତମ ସହଯୋଗୀ ଦଳ ଜେଡିୟୁର ନେତା ତଥା କେନ୍ଦ୍ରମନ୍ତ୍ରୀ ଜୟ ସିଂ ମଧ୍ୟ ଅନୁରୂପ ଦାବି କରିଛନ୍ତି । ସେ କହିଛନ୍ତି ଯେ ଦେଶରେ ଉଚ୍ଚ ବର୍ଗର ଅନେକ ଲୋକ ଗରିବ ଅଛନ୍ତି । ସେମାନଙ୍କ ଆକଳନ ପାଇଁ ସରକାର ଏକ କମିଶନ ଗଠନ କରିବା ଆବଶ୍ୟକ । ଏହି କମିଶନ ନିଜର ସୁପାରିଶ ସରକାରଙ୍କୁ ଦେବା ପରେ ସରକାର ପରବର୍ତ୍ତି ସମୟରେ ଏ ସଂପର୍କରେ ନିଷ୍ପତ୍ତି ନେଇପାରିବେ ।