ନିର୍ବାଚନ ଫଳାଫଳ ଘୋଷଣା ହେବା ଦିନ ଭୋଟଗଣନା କେନ୍ଦ୍ରକୁ ପଶିପାରିବେ ନାହିଁ ମନ୍ତ୍ରୀ

ଭୋଟ ଗଣତି ସମୟରେ ଭୋଟ ଗଣାଯାଉଥିବା କେନ୍ଦ୍ରରେ ମନ୍ତ୍ରୀ ମାନେ ପଶିପାରିବେ ନାହିଁ

147

କନକ ବ୍ୟୁରୋ : ଭୋଟ ଗଣତି ସମୟରେ ଭୋଟ ଗଣାଯାଉଥିବା କେନ୍ଦ୍ରରେ ମନ୍ତ୍ରୀ ମାନେ ପଶିପାରିବେ ନାହିଁ । ଏହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରରେ ଥିବା ମନ୍ତ୍ରୀଙ୍କ ପାଇଁ ଲାଗୁ ହେବ । ଯଦି କୌଣସି ମନ୍ତ୍ରୀ ମତଦାନ କେନ୍ଦ୍ରକୁ ପ୍ରବେଶ କରିବା ପାଇଁ ଚାହୁଁଛନ୍ତି ତେବେ ସେମାନେ ନିଜେ ଯେଉଁ ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସେହି ଆସନରୁ ହିଁ କେବଳ ମତଦାନ କେନ୍ଦ୍ରରେ ପ୍ରବେଶ କରିପାରିବେ ବୋଲି ଜଣାପଡିଛି । ଏପରି ନିୟମ ମଧ୍ୟପ୍ରଦେଶରେ ହେବାକୁ ଥିବା ଭୋଟଗଣନା ଲାଗି ଲାଗୁକରାଯାଇଛି । ମୁଖ୍ୟ ନିର୍ବାଚନ ଆୟୋଗ ଏପରି ନିୟନ କରିଥିବା ସୂଚନା ମିଳିଛି ।

ତେବେ ଯଦି କୌଣସି ମନ୍ତ୍ରୀ ଫଳାପଳ ପ୍ରକାଶ ପାଇବା ଦିନ ଆର୍ଥାତ୍ ଭୋଟ ଗଣତି ଦିନ ମତଦାନ କେନ୍ଦ୍ରରେ ପ୍ରବେଶ କରିବା ପାଇଁ ଇଚ୍ଛା କରୁଛନ୍ତି ସେମାନଙ୍କୁ ଅନୁମତି ଦିଆଯିବ । ହେଲେ ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ କିମ୍ବା ଯବାନମାନଙ୍କୁ ମତଦାନ କେନ୍ଦ୍ରରେ ପ୍ରବେଶ କରିବା ପାଇଁ ଦିଆଯିବ ନାହିଁ ବୋଲି ସୂଚନା ମିଳିଛି ।

 

ତେବେ ନିର୍ବାଚନ ଆୟୋଗଙ୍କ ଏପରି ନିଷ୍ପତ୍ତିକୁ ସ୍ୱାଗତ କରାଯାଇଥିବା ବେଳେ ଅନେକ ଏହାକୁ ବିରୋଧ କରିଛନ୍ତି । ହେଲେ ମିଳିଥିବା ସୂଚନା ଅନୁସାରେ ମଧ୍ୟ-ପ୍ରଦେଶରେ ହୋଇଥିବା ବିଧାନସଭା ନିର୍ବାଚନରେ ଇଭିଏମକୁ ନେଇ ବିବାଦ ଦେଖାଯାଇଥିଲା । ତେଣୁ ଯେପରି ଭାବରେ ଭୋଟ ଗଣତି ଦିନ କୌଣସି ପ୍ରକାର ଅଶାନ୍ତିକର ପରିସ୍ଥିତି ଦେଖା ନଯାଏ ସେ ଦିଗକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଛି ବୋଲି ସୂଚନା ମିଳିଛି ।