ପୁଅ ପାଇଁ ଅଡୁଆରେ ବାପା ! ମନ୍ତ୍ରୀ ବଦ୍ରୀ ପାତ୍ରଙ୍କ ପୁଅ ନାଁରେ କ’ଣ ରହିଛି ଅଭିଯୋଗ ।

67

କନକ ବ୍ୟୁରୋ: ପୁଅ ପାଇଁ ଅଡୁଆରେ ବାପା । ଆନନ୍ଦପୁର ମୁନସିପାଲଟିର ଉପାଧ୍ୟକ୍ଷ ଓ ତାଙ୍କ ସହଯୋଗୀଙ୍କୁ ମରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ଦେବାଶିଷ ପାତ୍ରଙ୍କ ଗିରଫ ପରେ ଗଣଶିକ୍ଷାମନ୍ତ୍ରୀ ତଥା ବାପା ବଦ୍ରୀ ନାରାୟଣ ପାତ୍ରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଯାହାକୁ ନେଇ ମଧ୍ୟ ରାଜ୍ୟ ରାଜନୀତିରେ ହଟ୍ଟଚମଟ ସୃଷ୍ଟି ହୋଇଛି । କାରଣ ଗଣଶିକ୍ଷା ମନ୍ତ୍ରୀଙ୍କ ପୁଅର  ଏଭଳି ଗୁଣ୍ଡାରାଜ  ଏବଂ ଆଇନ ରକ୍ଷକଙ୍କୁ ଆକ୍ରମଣ କରିବାନେଇ ସ୍ଥାନୀୟ ଅଞ୍ଚଳରେ ଚାପାଉତ୍ତେଜନା ସୃଷ୍ଟି ହୋଇଛି ।

ସୁଚନା ଅନୁଯାଇ ଗତମାସ ୬ ତାରିଖ ଦିନ ଘସିପୁରା ପୈାର ପରିଷଦ ଉପାଧ୍ୟକ୍ଷ ସୁରେଶ ସାହୁଙ୍କ ଗାଡି ଉପରେ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ମନ୍ତ୍ରୀଙ୍କର କିଛି ସମର୍ଥକଙ୍କୁ ଗିରଫ କରିଥିଲା । କିନ୍ତୁ ଏହି ଖବର ପାଇବା ପରେ ଦେବାଶିଷ ତାଙ୍କ ସମର୍ଥକ ମାନଙ୍କୁ ନେଇ ରାମଚନ୍ଦ୍ରପୁର ଥାନାରେ ହଙ୍ଗାମା ସୃଷ୍ଟି କରିଥିଲେ । ସେମାନେ ଥାନାରେ କର୍ତ୍ତବ୍ୟରେ ଥିବା ପୋଲିସ ଅଧିକାରୀ ମାନଙ୍କୁ ଆକ୍ରମଣ କରିବା ସହିତ ଗିରଫ ଅଭିଯୁକ୍ତ ମାନଙ୍କୁ ଛଡାଇ ଆଣିଥିବା ପୋଲିସ ପକ୍ଷରୁ କୁହାଯାଇଥିଲା । ଏହି ଘଟଣାରେ ପୋଲିସ ସବଇନ୍ସପେକ୍ଟର ଗଗନ ନାୟକଙ୍କ ମୁହଁ ହାଡ ଭାଙ୍ଗି ଯାଇଥିବା ବେଳେ ଅନ୍ୟ ଜଣେ ଏଏସଆଇ ଗୁରୁତର ଆହତ ହୋଇଥିଲେ । ଏନେଇ ପୋଲିସ ପକ୍ଷରୁ ରାମଚନ୍ଦ୍ରପୁର ଥାନାରେ ଦେବାଶିଷ ଏବଂ ତାଙ୍କ ସମର୍ଥକ ମାନଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ପରେ ତାଙ୍କୁ ଗତ ୧୯ ତାରିଖ ରାତିରେ ଛତିଆ ଟାଙ୍ଗି ଅଞ୍ଚଳରୁ ଗିରଫ କରିଥିଲା ପୋଲିସ ।

badri patraପୁଣି କୋର୍ଟରେ ହାଜର ପରେ ତାଙ୍କ ବିରୋଧରେ ଜାତିଗତ ଆକ୍ଷେପ ଅଭିଯୋଗ ଯୋଗୁଁ ଜାମିନ ମଧ୍ୟ ମିଳିନଥିଲା। ଏହାକୁ ନେଇ ବିରୋଧୀ ମଧ୍ୟ ସରକାରଙ୍କୁ ଘେରିଥିବା ଦେଖିବାକୁ ମିଳିଛି । ଦିନ ଦିପହରରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଓ ତାଙ୍କର ଗୁଣ୍ଡା ମାନଙ୍କର ଆତଙ୍କ ରାଜରେ ସାଧାରଣ ଲୋକ ଆତଙ୍କିତ ଥିବାବେଳେ ଏବେ ପୋଲିସକୁ ଆକ୍ରମଣ କରିବା ଦ୍ୱାରା ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି ବୋଲି ଅଭିଯୋଗ କରିଛି ବିଜେପି । ଏବଂ ମନ୍ତ୍ରୀ ଇଙ୍ଗିତରେ ତାଙ୍କ ପୁଅ ଓ ତାଙ୍କର ଗୁଣ୍ଡା ମାନେ ଉତ୍ପାତ ଚଳାଇ ଥିବା ବିଜେପି ଅଭିଯୋଗ କରି ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଇସ୍ତଫା ଦାବି କରିଛି ବିଜେପି ।