ନୟାଗଡରେ ପଂଚାୟତିରାଜ ଓ ଆଇନମନ୍ତ୍ରୀ ଅରୁଣ ସାହୁଙ୍କୁ ବିରୋଧ

33

ନୟାଗଡ : ମନ୍ତ୍ରୀ ଅରୁଣ ସାହୁଙ୍କୁ ବିରୋଧ । ନୟାଗଡରେ ପଂଚାୟତିରାଜ ଓ ଆଇନମନ୍ତ୍ରୀ ଅରୁଣ ସାହୁଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଛି । ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ ଉଦ୍ୟମ କରିବା ବେଳେ ୬ ବିଜେପି କର୍ମୀଙ୍କୁ ଅଟକ ରଖିଛି ପୁଲିସ । ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଉପରେ ବିଜେଡି କର୍ମୀ ଆକ୍ରମଣ କରିବା ପରେ ଏବେ ବିଜେପି କର୍ମୀଙ୍କ ଟାର୍ଗେଟରେ ବିଜେଡି ମନ୍ତ୍ରୀ । ମନ୍ତ୍ରୀଙ୍କୁ କଳା ପତାକା ଦେଖାଇ ବିରୋଧ କରୁଛନ୍ତି ବିଜେପି କର୍ମୀ । କିଛି ଦିନ ତଳେ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ, ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା ।