ଅଭିନୟ କରୁଛନ୍ତି ନେତା ! ସାଂସଦ ଅନୁଭବ ମହାନ୍ତିଙ୍କ ବିତର୍କିତ ବୟାନକୁ ନେଇ ଚର୍ଚ୍ଚା

48

କନକ ବ୍ୟୁରୋ : ଅଭିନେତା କିଏ । କଣ ଅଭିନୟ । ବିଜେଡିର ଷ୍ଟାର ପ୍ରଚାରକ ଅନୁଭବ ମହାନ୍ତି କହିଛନ୍ତି ଅଭିନୟ କାହାକୁ କୁହାଯାଏ । ଆଜି ବିଜେପିର ଗଡ ପାଟଣାଗଡରେ ବିଜେଡି ପାଇଁ ପଂଚାୟତ ପ୍ରଚାର କରିଛନ୍ତି ଅନୁଭବ । ଆଉ ବିରୋଧୀଙ୍କ ଗଡରେ ବିଜେଡିର ମଙ୍ଗ ଧରିଛନ୍ତି ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତି । ପ୍ରଚାର ଆଢୁଆଳରେ ସାଂସଦ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସକୁ । କହିଛନ୍ତି ଅଭିନୟରୁ ରାଜନୀତିକୁ ଆସିଛନ୍ତି ଅଭିନେତା । ହେଲେ ଏବେ ରାଜନେତା ସାଜିଛନ୍ତି ଅଭିନେତା । ପଂଚାୟତ ଦଖଲ ପାଇଁ ଚାଲିଛି ମିଥ୍ୟା ଅଭିନୟ ।
ସେପଟେ ବାଲେଶ୍ୱରରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେଡିର ଆଉ ଜଣେ ଷ୍ଟାର କ୍ୟାମ୍ପେନର ମିହିର ଦାସ । ପଂଚାୟତରେ କରିଛନ୍ତି ଜମେଇକି ପ୍ରଚାର । ଆଉ ଲୋକଙ୍କୁ କହିଛନ୍ତି ବିଜେଡି ହିଁ ଏକମାତ୍ର ବିକଳ୍ପ । ଓଲିଉଡର ଏହି ଭର୍ସଟାଇଲ୍ ଆକ୍ଟରଙ୍କୁ ଦେଖିବାକୁ ଗାଁ ଦାଣ୍ଡରେ ଜମିଛି ଭିଡ ।

ଉପକୂଳରେ ମିହିର ଦାସ ତ ଦକ୍ଷିଣରେ ସାଂସଦ ସିଦ୍ଧାନ୍ତ ମହାପାତ୍ର । ରାୟଗଡାରେ ପଂଚାୟତକୁ ପଂଚାୟତ ବୁଲି ବିଜେଡିର ଏହି ଷ୍ଟାର କରିଛନ୍ତି ପ୍ରଚାର । ସେପଟେ ଜଗତସିଂହପୁର ଜିଲ୍ଲା ତିର୍ତୋଲ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ରାଜନୈତିକ ଡାଏଲଗ୍ ମାରି ଭୋଟ୍ ମାଗିଛନ୍ତି କୁନା ତ୍ରିପାଠୀ ।

ଷ୍ଟାର କ୍ୟାମ୍ପେନର ବନାମ ଷ୍ଟାର କ୍ୟାମ୍ପେନର । ବିଜେଡିକୁ କାଉଁଟର କରି ବିଜେପି ବି ଚଲାଇଛି ଜୋରସୋର ପ୍ରଚାର । ବଡ ବଡ ଶୋଭାଯାତ୍ରା ବିଶାଳ ରୋଡ୍ ସୋ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ରାୟଗଡାରେ ଭୋଟ୍ ମାଗିଛନ୍ତି ବିଜେପିର ଷ୍ଟାର ପ୍ରଚାରକ ପିଙ୍କି ପ୍ରଧାନ ।

ପଂଚାୟତ ଦଖଲ ପାଇଁ ରାଜନୈତିକ ଦଳର ସାହାରା ଷ୍ଟାର କ୍ୟାମ୍ପେନର । ଆଉ ସେଲିବ୍ରିଟିଙ୍କ କାନ୍ଧରେ ଦଳର ଗୁରୁ ଦାୟିତ୍ୱ ।