ସାଧାରଣ କୃଷକ ଭଳି ବିଲରେ କାମ କରୁଥିଲେ କୃଷିମନ୍ତ୍ରୀ : ମନ୍ତ୍ରୀଙ୍କ କାମକୁ ପ୍ରଶଂସା କରିବା ସହ ସୋସିଆଲ ମିଡିଆରେ ଫଟୋ ସେୟାର କଲେ ରାଜ୍ୟପାଳ

ଏହି ଭାରତରେ ଏପରି ଜଣେ ନେତା ଅଛନ୍ତି ଯିଏ କି ଅତି ସାଧାରଣ ଭାବରେ ନିଜର କାମକୁ ଅତ୍ୟନ୍ତ ନିଷ୍ଠାରେ ସମ୍ପାଦନ କରନ୍ତି

393

କନକ ବ୍ୟୁରୋ : ଆମ ଦେଶ ଭାରତରେ ଯଦି କୌଣସି ବ୍ୟକ୍ତି କୌଣସି ସରକାରୀ ଅଥବା ମର୍ଯ୍ୟାଦା ପଦ-ପଦବୀରେ ରହନ୍ତି ତେବେ କଥା ସରିଲା । କାରଣ ଅନେକ ସମୟରେ ଦେଖାଯାଏକି ସେମାନେ ନିଜକୁ ସାଧାରଣ ମଣିଷ ଭାବନ୍ତି ନାହିଁ । ଏପରିକି ଲୋକମାନଙ୍କ ସହ କଥା ହେବା ସମୟରେ ବି ସେମାନେ କୁଣ୍ଠାବୋଧ କରନ୍ତି । କାରଣ ସେମାନେ ଭାବନ୍ତି ଯେ, ଆମେ ମାନେ ଯେଉଁ ପୋଷ୍ଟରେ ରହିଛୁ ତାହାର ଅର୍ଥ ହେଉଛି ଆମେ ସାଧାରଣ ଲୋକମାନଙ୍କଠାରୁ ଭିନ୍ନ । ଏହାସହ ନେତାମାନଙ୍କ କଥା ପଚାରେ କିଏ? କାରଣ ଅନେକ ସମୟରେ ନେତାମାନେ ସାଧାରଣ ଲୋକମାନଙ୍କ ପାଖକୁ କେବଳ ନିର୍ବାଚନ ସମୟରେ ଯାଆନ୍ତି ଆଉ ଅନ୍ୟ ସମୟରେ ଅଚିହ୍ନା କରନ୍ତି । କିନ୍ତୁ ଏହି ଭାରତରେ ଏପରି ଜଣେ ନେତା ଅଛନ୍ତି ଯିଏ କି ଅତି ସାଧାରଣ ଭାବରେ ନିଜର କାମକୁ ଅତ୍ୟନ୍ତ ନିଷ୍ଠାରେ ସମ୍ପାଦନ କରନ୍ତି । ମିଳିଥିବା ସୂଚନା ଅନୁସାରେ ସେ ଜଣେ କୃଷି ମନ୍ତ୍ରୀ ମଧ୍ୟ । ସେ ପୁଡୁଚେରୀର କୃଷିମନ୍ତ୍ରୀ ଅଛନ୍ତି ଏବଂ ତାଙ୍କର ନାମ କମଲ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ସେ ନିଜ ନିର୍ବାଚନ ମଣ୍ଡଳୀ ଯାଇଥିବା ସମୟରେ ନିଜ ବିଲରେ ୨ ଘଣ୍ଟାରୁ ଅଧିକ ସମୟ କାମ କରିଥିଲେ ।

 

ତେବେ ଏହି ଘଟଣା କନକ ସୋସିଆଲ ମିଡିଆରେ ପ୍ରବଳ ବେଗରେ ଚର୍ଚ୍ଚା ହୋଇଥିଲା । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଖୋଦ ସେଠାକାର ରାଜ୍ୟପାଳ ଏହି ଭିଡିଓକୁ ସେୟାର କରିଛନ୍ତି । ରାଜ୍ୟପାଳ ସେହି ଭିଡିଓ ସେୟାର କରିଥିବା ସମୟରେ ଲେଖିଛନ୍ତି କି ଆପଣ ଜାଣିବା ପାଇଁ ଚେଷ୍ଟା କରନ୍ତୁ ସେହି ବ୍ୟକ୍ତି ଜଣକ କିଏ? ଏହାପରେ ସେ ଲେଖିଛନ୍ତି ଯେ, ରାଜ୍ୟର କୃଷିମନ୍ତ୍ରୀ । ରାଜ୍ୟପାଳ ମଧ୍ୟ କୃଷିମନ୍ତ୍ରୀଙ୍କ କାମକୁ ଅତ୍ୟନ୍ତ ପ୍ରଶଂସା କରିଛନ୍ତି । ପ୍ରକୃତରେ ଆମେ ଯେଉଁ ପଦପଦବୀରେ ରହିଥାଉ ନା କାହିଁକି ଆମର ନିଜ କାମ କଲେ କୌଣସି ଅସୁବିଧା ହୋଇନଥାଏ । ତେଣୁ ବିନା କୈାଣସି ଭାବନାରେ ଆମକୁ ନିଜ କାମ ଅତ୍ୟନ୍ତ ନିଷ୍ଟାର ସହ ସମ୍ପାଦନ କରିବାର ଆବଶ୍ୟକତା ରହିଛି ବୋଲି ରାଜ୍ୟପାଳ କିରଣ ବେଦୀ କହିଛନ୍ତି । କେବଳ କୃଷି ବିଭାଗ ନୁହେଁ କମଲଙ୍କ ପାଖରେ ବିଜୁଳି ଓ ଶିକ୍ଷା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଛି । ଜଣେ ମନ୍ତ୍ରୀଙ୍କର ଏପରି କାର୍ଯ୍ୟକୁ ସାରା ଦେଶରେ ଚର୍ଚ୍ଚା କରିବା ସହ ଯେଉଁମାନେ ଏହି ଭିଡିଓକୁ ଦେଖୁଛନ୍ତି ସେମାନେ ପ୍ରଶଂସା କରୁଥିବା ଦେଖାଯାଉଛି ।