ବଦଳିବ ଓଡ଼ିଆ ଚଳଚିତ୍ରର ଭାଗ୍ୟ ? ମୁଖ୍ୟମନ୍ତ୍ରୀ ଗଠନ କଲେ ମନ୍ତ୍ରୀସ୍ତ୍ରରୀୟ କମିଟି ।

62

ଓଡ଼ିଆ ଚଳଚିତ୍ର ଶିଳ୍ପର ବିକାଶ ପାଇଁ ମନ୍ତ୍ରୀସ୍ତ୍ରରୀୟ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କମିଟିର ଅଧ୍ୟକ୍ଷ ଦାୟିତ୍ୱ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ କମିଟିର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଅଛନ୍ତି , ଏମଏସଏମଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ । ଏହାସହ ଶିଳ୍ପ ବିଭାଗର ପ୍ରମୁଖ ସଚିବ କମିଟିର ଆବାହକ ଦାୟିତ୍ୱଭାର ସମ୍ଭାଳିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି ।

ଓଡ଼ିଆ ଚଳଚିତ୍ର ବିକାଶ କ୍ଷେତ୍ରରେ କେଉଁ କେଉଁ କାର୍ଯ୍ୟପଂଥା ଗ୍ରହଣ କରାଯିବ ଏବଂ କେଉଁ ଦିଗ ଉପରେ ଗୁରୁତ୍ୱ ଦିଆଯିବ ସେନେଇ ଏକ ଚିଠା ନୀତି ପ୍ରସ୍ତୁତ କରିବ ଏହି କମିଟି । ଏହାସହ ଆସନ୍ତା ୩୦ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ତର୍ଜମା କରି ଏହି କମିଟି ରିପୋର୍ଟ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତି ହୋଇଛି । ଏହି ବୈଠକରେ ଚଳଚିତ୍ର ଶିଳ୍ପ ସମସ୍ୟା ତଥା କଳିଙ୍ଗ ଷ୍ଟୁଡ଼ିଓର ଉନ୍ନତି ସଂପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ଅର୍ଥମନ୍ତ୍ରୀ, ଏମଏସଏମଇ ଓ ଶିଳ୍ପମନ୍ତ୍ରୀଙ୍କ ସହ ଚଳିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ, ଉନ୍ନୟନ କମିଶନର ଏବଂ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।