ନିୟମଗିରି ଖଣି ଖନନ ନେଇ ଗ୍ରାମସଭା କରିବା ପାଇଁ ରାଜ୍ୟ ସରକାର କରିଥିବା ଆବେଦନ ସୁପ୍ରମିକୋର୍ଟରେ ଖାରଜ

43

କଳାହାଣ୍ଡି : ରାଜ୍ୟ ସରକାରଙ୍କୁ ପୁଣି ଝଟକା । ନିୟମଗିରିରୁ ଖଣି ଖନନ ନେଇ ଗ୍ରାମସଭା କରିବା ପାଇଁ ରାଜ୍ୟ ସରକାର କରିଥିବା ଆବେଦନ ସୁପ୍ରମିକୋର୍ଟରେ ଖାରଜ ହୋଇଛି । ଦ୍ୱିତୀୟ ଥର ପାଇଁ ଗ୍ରାମସଭା କରିବାକୁ କରିଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ରାଜ୍ୟ ସରକାର କରିଥିବା ଏହି ଆବେଦନର ଶୁଣାଣି କରିଥିଲେ ସୁପ୍ରମିକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ । ପୂର୍ବରୁ ବେଦାନ୍ତକୁ ନିୟମଗିରି ଖଣି ଦେବା ନେଇ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ଗ୍ରାମସଭା ହୋଇଥିଲେ । ତେବେ ବିଭିନ୍ନ ଗାଁରେ ହୋଇଥିବା ଏହି ଗ୍ରାମସଭାରେ ଖଣି ଖନନକୁ ବିରୋଧ ହୋଇଥିଲା । ପରେ ଖଣି ଖନନ ପାଇଁ ପୁଣି ଥରେ ଗ୍ରାମସଭା କରିବା ନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ରାଜ୍ୟ ସରକାର ।