ଚାଷୀଙ୍କୁ ମିଳୁ ଧାନର ସର୍ବନିମ୍ନ ସହାୟତା ମୂଲ୍ୟ ! କେନ୍ଦ୍ର ନିକଟରେ ଦାବି ରଖିବ ରାଜ୍ୟ

21

କନକ ବ୍ୟୁରୋ : ଧାନର ସର୍ବନିମ୍ନ ସହାୟତା ମୂଲ୍ୟ ବୃଦ୍ଧି କରିବା ପାଇଁ ଦାବି କରିବ ଓଡ଼ିଶା । ଧାନର ସର୍ବନିମ୍ନ ସହାୟତା ମୂଲ୍ୟ କ୍ୱିଂଟାଲ ପିଛା ୨ହଜାର ୯୩୦ ଟଙ୍କା କରିବା ପାଇଁ କେନ୍ଦ୍ରକୁ ଦାବି କରାଯିବ । ଏନେଇ ବିଧାନସଭାରେ ଆଜି ସର୍ବସମ୍ମତି କ୍ରମେ ସଂପଳ୍ପ ଗୃହୀତ ହୋଇଛି ।

ଆଜି କୃଷିମନ୍ତ୍ରୀ ଆଣିଥିବା ଏ ସଂକ୍ରାନ୍ତୀୟ ସଂକଳ୍ପ ପ୍ରସ୍ତାବ ଉପରେ ଗୃହରେ ସରଗରମ ଆଲୋଚନା ହୋଇଥିଲା । ଧାନର ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣ ମୂଲ୍ୟ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତି ଦେଇଥିବା ଅନୁସାରେ କ୍ୱିଂଟାଲ ପିଛା ୩ହଜାର ୫୧୬ ଟଙ୍କା ଦାବି କରିବାକୁ ବିରୋଧୀ ଦଳ ନେତା ଦାବି କରିଥିଲେ ।

ତେବେ ଠିକ୍ ଏହି ସମୟରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଶେଷରେ ୨ ହଜାର ୯୩୦ ଟଙ୍କା ଦାବି ପାଇଁ ପ୍ରସ୍ତାବ ହୋଇଥିଲା । ଯାହା ସର୍ବସମ୍ମତିକ୍ରମେ ଗୃହୀତ ହୋଇ ବାଚସ୍ପତି ନିରଂଜନ ପୂଜାରୀଙ୍କ ଦ୍ୱାରା ପାରିତ ହୋଇଥିଲା ।