ଆଦାୟ ହେଲା ମିନିମମ୍ ବାଲାନ୍ସ ପାଇଁ ଜୋରିମାନା ! ୨୦୧୭-୧୮ବର୍ଷରେ ୫ହଜାର କୋଟି ଟଙ୍କା ଆଦାୟ କରିଲେ ବ୍ୟାଙ୍କ୍, ଏସବିଆଇ ସବୁଠୁ ଆଗରେ ।

25

କନକ ବ୍ୟୁରୋ : ଫାଇନ ଆଦାୟ କରିଲେ ବ୍ୟାଙ୍କ୍ । ୨୦୧୭-୧୮ ବର୍ଷରେ ସବୁଠୁ ଅଧିକ ୫ହଜାର କୋଟି ଟଙ୍କା ଫାଇନ ଆଦାୟ କରାଯାଇଛି । ନିଜ ବ୍ୟାଙ୍କ୍ ଆକାଉଂଟରେ ନିର୍ଧାରିତ ସର୍ବନିମ୍ନ ଜମାରାଶି ନରଖିଥିବା ବ୍ୟକ୍ତିଙ୍କଠାରୁ ଏହି ଫାଇନ ଆଦାୟ କରିଛନ୍ତି ବିଭିନ୍ନ ବ୍ୟାଙ୍କ । ଏହିସବୁ ବ୍ୟାଙ୍କ୍ ମଧ୍ୟରେ ଏସବିଆଇ ସବୁଠୁ ଅଧିକ ୨ହଜାର ୪୩୪କୋଟି ଟଙ୍କା ଆଦାୟ କରିଛି ।

ଏଚଡିଏଫସି ୫ଶହ ୯୦କୋଟି, ଏକ୍ସିସ୍ ୫୩୦କୋଟି, ଆଇସିଆଇସିଆଇ ୩୧୭କୋଟି ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ୨ଶହ ୧୧କୋଟି ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ପୂର୍ବରୁ ଗ୍ରାହକ ନିଜ ଆକାଉଂଟରେ ମିନିମମ୍ ବାଲାନ୍ସ ରଖିବା ନେଇ ନିୟମ ଜାରି କରାଯାଇଥିଲେ ବି ଆଦାୟ କରାଯାଇଥିବା ଜୋରିମାନାର ପରିମାଣ ସ୍ପଷ୍ଟ କରୁଛି ଯେ ସାଧାରଣ ଜନତା କେତେ ସଚେତନ ।