ମାଲକାନଗିରି ମାଥିଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ, ୩ ମୃତ, ୧୦ ରୁ ଅଧିକ ଗୁରୁତର

115

କନକ ବ୍ୟୁରୋ: ମାଲକାନଗିରି ପିକଅପ ଭ୍ୟାନ ଓଲଟି ୩ ଜଣଙ୍କ ଜୀବନ ଯାଇଛି । ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ମାଥିଲି ସ୍ୱାସ୍ଥ୍୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଆଜି ମାଥିଲରେ ହେଉଥିବା ଉଜ୍ଜ୍ୱଳା ଯୋଜନା କାର୍ଯ୍ୟକ୍ରମ ହେଉଛି । ଏଥିରେ ଯୋଗ ଦେବାକୁ ପାଙ୍ଗାମ ପଂଚାୟତର ସାନନାୟକଗୁଡାର ପ୍ରାୟ ୧୫ ଜଣ ଏକ ପିକଅପ ଭ୍ୟାନରେ ବାହାରିଥଲା । ହେଲେ କାଠିଗୁଡା ନିକଟରେ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।