ପୁରୀରେ ଭକ୍ତଙ୍କ ସୁବିଧା ସୁଯୋଗକୁ ପ୍ରାଥମିକତା : ଶ୍ରୀମନ୍ଦିର ଭିତରେ ହେବ ମିନି ହସ୍ପିଟାଲ

45

କନକ ବ୍ୟୁରୋ : ପୁରୀରେ ଭକ୍ତଙ୍କ ସ୍ୱାସ୍ଥ୍ୟସେବାକୁ ଦିଆଯିବ ପ୍ରାଥମିକତା । ଭକ୍ତଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ମନ୍ଦିର ଭିତରେ କରାଯିବ ମିନି ହସ୍ପିଟାଲ । ଆଉ ଏହାସହ ଭଙ୍କ ପାଇଁ ଶୌଚାଳୟ ଓ ପିଇବା ପାଣିର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜିଲ୍ଲାପାଳ, ବିଭାଗୀୟ ଅଧିକାରୀଙ୍କ ସହ ଆଇନ ମନ୍ତ୍ରୀଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

puri

ମନ୍ଦିର ଭିତରେ ଭକ୍ତମାନେ ଅନେକ ସମୟରେ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଏଭଳି ବ୍ୟବସ୍ଥା କରାଯାଇଛି । ଖାଲି ସେତିକି ନହେଁ ଶ୍ରୀଜଗନ୍ନାଥଙ୍କ ନାଁରେ ଥିବା ଜମିଜମାକୁ ପ୍ରଶାସନ ଅକ୍ତିଆରକୁ ଆଣିବା ପାଇଁ ନିଆଯିବ ପଦକ୍ଷେପ । ଜମିକୁ ପ୍ରଶାସନ ନିଜ ଅକ୍ତିଆରକୁ କିଭଳି ଆଣିବ ସେ ନେଇ ଆଇନ ବିଭାଗ ବଳିଷ୍ଠ ପଦକ୍ଷେପ ନେବ । ଅନ୍ୟପଟେ ମହାପ୍ରଭୁଙ୍କ ପାଇଁ ଯେକେହି ଭକ୍ତ ଦାନ ପାରିବେ । ଏଥିପାଇଁ ଭକ୍ତମାନେ ଆହ୍ୱାନ କରିଛନ୍ତି ଆଇନମନ୍ତ୍ରୀ ।

ସୂଚନାଯୋଗ୍ୟ ଆଗାମୀ ଦିନରେ ମହାପ୍ରଭୁଙ୍କ ରଥଯାତ୍ରାକୁ ସୁରୁଖୁରୁରେ ପାଳନ କରିବା ପାଇଁ ଏପରି ବ୍ୟବସ୍ଥା କରାଯାଉଛି । ଏହାସହ ମନ୍ଦିରକୁ ଆସୁଥିବା ଯାତ୍ରୀଙ୍କୁ ଅଧିକ ସୁବିଧା ସୁଯୋଗ ଯୋଗାଇବା ପାଇଁ ତିଆରି ହେବ ମିନି ହସ୍ପିଟାଲ ।