ସୁଧ ସହ ଖଣି ଫାଇନ୍ ଆଦାୟ କରିବାକୁ ସଜବାଜ : ଆଇନ୍ ବିଭାଗର ପରାମର୍ଶ ଲୋଡି ଦିଆଯିବ ନୋଟିସ୍

19

କନକ ବ୍ୟୁରୋ :  ବେଆଇନ ଖଣି ଉତ୍ତୋଳନ କରିଥିବା ଲିଜଧାରୀ ଖସିଯାଇ ପାରିବେନି । ଯେଉଁମାନେ ଭାବୁଛନ୍ତି ହାତରୁ ଖଣି ଚାଲିଗଲା ପରେ ସରକାର ଫାଇନ୍ ଆଦାୟ କଥା ଭୁଲିଯିବେ , ସେମାନଙ୍କ ପ୍ରତି କଡା ଆଭିମୁଖ୍ୟ ଦେଖାଇବାକୁ ବିଭାଗ ନେଉଛି ପଦକ୍ଷେପ । ଆଂଶିକ ଅର୍ଥ ପ୍ରଦାନ କରିଥିବା ଓ ବିଲକୁଲ୍ ଜୋରିମନା ଦେଇନଥିବା ଲିଜଧାରୀଙ୍କ ପାଇଁ ଫର୍ମୁଲା ବାହାର କରାଯାଉଛି ।

ଏହା ଭିତରେ ଇଡକୋ ୧୨ପ୍ରତିଶତ ଅର୍ଥ ଫାଇନ୍ ବାବଦରେ ପ୍ରଦାନ କରିଛି । କାରଣ ରାଜ୍ୟ ସରକାରଙ୍କ ଏହି କଂପାନୀ ୧୧ ଦିନ ବିଳମ୍ବରେ ଜୋରିମନା ବାବଦା ଅର୍ଥ ପ୍ରଦାନ କରିଥିଲା । ତେବେ କେତେ ଦିନ ଭିତରେ ଫାଇନ୍ ସହ ଅର୍ଥ ଆଦାୟ କରାଯିବ , ସେନେଇ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେସ ନଥିବାରୁ ଦ୍ୱନ୍ଦ୍ୱ ଦେଖାଯାଇଛି ।

୧୩୧ ଖଣି ଲିଜଧାରୀଙ୍କ ଉପରେ ପାଖାପାଖି ୧୯ ହଜାର କୋଟି ଫାଇନ୍ ପଡିଥିଲା । ଏମାନଙଯକ ମଧ୍ୟରୁ ୮୨ ଲିଜଧାରୀ ପୁରା ଓ ଆଂଶିକ ଅର୍ଥ ଦେଇଥିଲେ । ୧୦ହଜାର ୧୮୮ କୋଟି ଫାଇନ୍ ବାବଦ ଅର୍ଥ ଆଦାୟ ହୋଇଥିଲା ବେଳେ ଆହୁରି ୯ହଜାର କୋଟି ଆଦାୟ ହେବାକୁ ବାକି ଅଛି । କେବେ ସୁଦ୍ଧା ସରକାର ବାକି ଅର୍ଥ ଫାଇନ୍ ସହ ଆଦାୟ କରୁଛନ୍ତି , ତା ଉପରେ ନଜର ।