୧ଲିଟର ପାଣିରେ ଆଲୋକିତ ହେବ ପୁରା ଘର ! ଜଳରୁ ତିଆରି ହେଲା ସୌର ଲାଇଟ୍ ।

79

ସମିପସ୍ଥ ଜିଲ୍ଲାର ଖିମାଖେଡି ଗାଁର କେତେକ ଯୁବକ ଏପରି ଏକ ଜିନିଷର ଉଦ୍ଭାବନ କରିଛନ୍ତି ଯାହା ଗାଁରେ ବାସ କରୁଥିବା ଅନେକ ପରିବାରଙ୍କୁ ଦିନରେ ହେଉଥିବା ଅନ୍ଧକାରକୁ ଦୁର କରି ଆଲୋକ ପ୍ରଦାନ କରୁଛି । ଏହାକୁ ତିଆରି କରିବା ପାଇଁ କୌଣସି ବଡ ମେସିନ କିମ୍ବା କୌଣସି ବଡ ଆକାରର ଖର୍ଚ୍ଚ ମଧ୍ୟ ହୋଇନାହିଁ । କେବଳ ଗୋଟିଏ ଲିଟର ପାଣିବୋତଲକୁ ବ୍ୟବହାର କରି ଗୋଟେ ଘରକୁ ସମ୍ପୁର୍ଣ୍ଣ ଭାବରେ ଆଲୋକିତ କରିବାରେ ସଫଳତା ହାସଲ କରିଛନ୍ତି ଏହି ଗାଁର ଯୁବକ ମାନେ ।

ଉଲ୍ଲେଖଯୋଗ୍ୟ, ରାଜଗଡ ବ୍ଲକର ଖିମାଖେଡି ଗାଁର ଯୁବକମାନେ ପାଣି ସାହାଯ୍ୟରେ ବିଦ୍ୟୁତ ବନାଇବା ଭଳି ଏକ ବଡ କାର୍ଯ୍ୟ କରିଛନ୍ତି । ଯେଉଁ ଘର ମାନଙ୍କରେ ଦିନ ସମୟରେ ମଧ୍ୟ ଅନ୍ଧକାର ରହୁଛି ସେହି ଘର ମାନଙ୍କୁ ଆଲୋକିତ କରିବା ପାଇଁ ପାଣି ବୋତଲକୁ ବ୍ୟବହାର କରାଯାଇଛି । ଗାଁର ଏହି ଯୁବକ ମାନେ କଲେକ୍ଟର, କରମବୀର ଶର୍ମା ଏବଂ ଜନ ଅଭିଯାନ ପରିଷଦ ଟିମ ସହ ମିସି ଏହି କାମକୁ ସଫଳତାର ସହ କରିପାରିଛନ୍ତି ।

ଏହି ଲାଇଟକୁ ତିଆରି କରିବା ପାଇଁ ପ୍ରଥମେ ଏକ ମିନରାଲ ପାଣିବୋତଲରେ ଦୁଇଟା ଢାଙ୍କୁଣି ଲଗାଇ ସେଥିରେ ଲିକୁଇଡ ବ୍ଲିଚ ରଖିଦେଇଥାନ୍ତି । ପରେ ବୋତଲକୁ ଏକ କମଳ ମଢିରେ ଲଗାଇ ଘରର ଛାତ ଉପରକୁ ଯାଇ କେବୁଲ ମଝିରେ ଲଗାଇଦେଇଥାନ୍ତି । ଯାହାଫଳରେ ସୂର୍ଯ୍ୟଙ୍କ କିରଣ ବୋତଲ ଉପରେ ପଡି ପରିବର୍ତ୍ତନ ହୋଇ ଘରକୁ ଆଲୋକିତ କରିବାରେ ସଫଳ ହୋଇପାରୁଛି । ଏହି ସୁବିଧା ଗାଁର ପ୍ରାୟ ସମସ୍ତ ଘରରେ ବ୍ୟବହାର କରାଯାଉଛି, ଯାହାଫଳରେ ଦିନରେ ବ୍ୟବହାର ହେଉଥିବା ବିଦ୍ୟୁତ ବଞ୍ଚି ପାରୁଛି । ଏକ ଲିଟର ପାଣିରେ ପ୍ରାୟ ୧୫୦ ଟଙ୍କାର ବିଦ୍ୟୁତକୁ ବଞ୍ଚାଇବାରେ ସଫଳ ହୋଇପାରୁଛି ଏହି ବ୍ୟବସ୍ଥା ।