ମିନେରାଲ ପାଣି ବୋତଲରେ ଥାଆନ୍ତି ଲକ୍ଷ ଲକ୍ଷ ଜୀବାଣୁ : କ’ଣ ଏବେ ବି କିଣା ପାଣି ପିଇବାକୁ ଚାହିଁବେ ?

103

ଆପଣ ପ୍ରକୃତରେ ଶୁଦ୍ଧ ପାଣି ଚକ୍କରରେ ମିନେରାଲ ୱାଟର କିମ୍ବା ଆରଓ ୱାଟରକୁ ପ୍ରାଥମିକତା ଦିଅନ୍ତି । ସେଥିପାଇଁ ଯେବେ ବି ଘରୁ ବାହାରକୁ ଯାଉଛନ୍ତି, ତେବେ ମିନେରାଲ ୱାଟର ବୋଟଲ କିଣନ୍ତି । ସଫା ପାଣି ତ ଆମେ କିଣିଥାଉ କିନ୍ତୁ ଆମେ ଭୁଲିଯାଉ କି ସେହି ବୋତଲରେ ପୂର୍ବରୁ କେତେ ଭାଇରସ୍ ଅଛନ୍ତି ।

ଆଜିକାଲି ପାଣି ବିଶୁଦ୍ଧ କରିବା ଯନ୍ତ୍ର ଲଗାଇକି ଭାବୁ କି ଆମେ ଶୁଦ୍ଧ ପାଣି ପିଉଛୁ ଓ ଏହାଦ୍ୱାରା ରୋଗ ହେବନି । କିନ୍ତୁ ଆମେ ପ୍ୟୁରିଫାୟରରୁ ପାଣିକୁ ପ୍ଲାଷ୍ଟିକ ବୋତଲରେ ଭର୍ତ୍ତି କରିଥାଉ । ଏହି ବୋତଲ ଗୁଡିକରେ ଆପଣଙ୍କ ଅନୁମାନ ଠାରୁ ଅଧିକ ବ୍ୟାକ୍ଟେରିଆ ଥାଆନ୍ତି, ଯାହା ଆପଣଙ୍କୁ ରୋଗିଣା କରିଦେବ ।

ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ବୋତଲରେ ଜମା ଏହି ଜୀବାଣୁ ମଧ୍ୟରୁ ପାଖାପାଖି ୬୦ ପ୍ରତିଶତ ଏମିତି ଥାଆନ୍ତି, ଯାହା ଆପଣଙ୍କୁ ରୋଗିଣା କରିଦେବେ । ଏହାଦ୍ୱାରା ଆପଣଙ୍କୁ ଡାଇରିଆ, ଫୁଡ୍ ପଏଜନିଙ୍ଗ, ବାନ୍ତି ଆଦି ପେଟ ରୋଗ ହୋଇପାରେ । ସେହି ବୋତଲ ଗୁଡିକ ହିଁ ଅଧିକ ସମସ୍ୟା ସୃଷ୍ଟି କରନ୍ତି , ଯାହାର ପ୍ରୟୋଗ ବାରମ୍ବାର ମୁହଁ ଲଗାଇ କରାଯାଏ ଓ ତାହାର ସଫେଇ ଠିକରେ କରାଯାଏନି ।

ପାଣି ବୋତଲ ନିର୍ମାଣ ସମୟରେ ପଲିମରର ପ୍ରୟୋଗ କରାଯାଇଥାଏ, ଯାହା ପାଣିର ତାପମାତ୍ରା ଆଧାରରେ ପ୍ରତିକ୍ରିୟା କରେ । ଏମିତିରେ ତାହା ପିଇବା ପାଣିକୁ କ୍ଷତିକାରକ କରିଦେଇପାରେ । ସେଥିପାଇଁ ଆପଣ ଯଦି ପାଣି ବୋତଲ କିଣୁଛନ୍ତି, ତେବେ ଭଲ ପ୍ଲାଷ୍ଟିକ ବୋତଲର ପ୍ରୟୋଗ ହିଁ କରନ୍ତୁ । ଏଥିରୁ ବର୍ତ୍ତିବା ପାଇଁ କିଛି ସମୟ ବ୍ୟବଧାନରେ ପାଣି ବୋତଲ ବଦଳାନ୍ତୁ । ବୋତଲର ବ୍ୟବହାର କରିବା ପୂର୍ବରୁ ଭଲ ଭାବରେ ସଫା କରନ୍ତୁ । ହେବ ଯଦି ପ୍ଲାଷ୍ଟିକ ସ୍ଥାନରେ ମେଟାଲ ବୋତଲ ବ୍ୟବହାର କରନ୍ତୁ ।