ଚମ୍ପୁଆ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି ! ମୀନାକ୍ଷୀଙ୍କୁ ମିଳିଲା ଟିକେଟ

789

କନକ ବ୍ୟୁରୋ : ଅନେକ କଳ୍ପନାଜଳ୍ପନାର ଅନ୍ତ କରି ଚମ୍ପୁଆ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲେ ବିଜେଡ଼ି ସୁପ୍ରିମୋ । ବଳକା ୩ଟି ଆସନରୁ ଆଜି ଚମ୍ପୁଆ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଯାଇଛି । ଚମ୍ପୁଆ ବିଧାନସଭା ଆସନରୁ ମୀନାକ୍ଷୀ ମହାନ୍ତ ବିଜୁ ଜନତା ଦଳ ପ୍ରାର୍ଥୀ ହେବେ । ବିଜେଡି ପକ୍ଷରୁ ଆଜି ଏହି ଘୋଷଣା କରାଯାଇଛି । ଏହା ସହ ୧୪୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ବିଜେଡି । ସେପଟେ ଏଯାଏଁ ବାରିପଦା ଓ କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ବିଜେଡି ଏ ଯାଏଁ ପ୍ରାର୍ଥୀପତ୍ର ଘୋଷଣା କରାଯାଇନାହିଁ । ଏହି ଦୁଇ ସିଟ୍ ପାଇଁ ଏବେ ବି କନଫ୍ୟୁଜନ ଜାରି ରହିଛି ।

ଏଥର ଚମ୍ପୁଆର ପ୍ରାର୍ଥୀ ବଦଳାଇଛି ବିଜେଡ଼ି । ଅଭିନେତା ପପୁ ପମ୍ ପମକୁ ଗତ ଥର ଟିକେଟ ଦେଇଥିବା ବେଳେ ଚଳିତ ଥର ମୀନାକ୍ଷୀଙ୍କୁ ଟିକେଟ୍ ଦେଇଛି ଦଳ । ଗତ ନିର୍ବାଚନରେ ପପୁ ପମପମ୍ ସ୍ୱାଧୀନ ପ୍ରାର୍ଥୀ ସନାତନ ମହକୁଡ଼ଙ୍କ ଠାରୁ ପରାଜୟ ବରଣ କରିଥିଲେ । ୨୦୦୯ ଓ ୨୦୧୪ରେ ରେ ଏହି ଆସନରେ ସ୍ୱାଧୀନ ପ୍ରାର୍ଥୀଙ୍କ ପତିଆରା ରହିଛି । ସେଥିପାଇଁ ଚମ୍ପୁଆ ଅକ୍ତିଆର କରିବା ପାଇଁ ଏଥର ପ୍ରାର୍ଥୀ ବଦଳାଇଛି ବିଜେଡ଼ି ।