ଓଡ଼ିଆ ଅଭିନେତା ମୀନକେତନ ଦାସଙ୍କ ପରଲୋକ

132

କନକ ବ୍ୟୁରୋ: ଓଲିଉଡର ଜଣାଶୁଣା ଅଭିନେତା ମୀନକେତନ ଦାସଙ୍କ ପରଲୋକ । ଗତକାଲି ବିଳମ୍ବିତ ରାତିରେ ବାଲିଅନ୍ତା ସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ଧରି ସେ କ୍ୟାନସର ରୋଗରେ ପୀଡିତ ଥିଲେ । ପାନକ୍ରିଆଟିକ କ୍ୟାନସରରେ ପୀଡିତ ହୋଇ ସେ ପ୍ରଥମେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନା ପରେ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା ।

ମୁମ୍ବାଇରେ କିଛି ଦିନ ଚିକିତ୍ସା ହେବା ପରେ ପୁଣି ତାଙ୍କୁ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଉଭୟ ସିନେମା ଓ ଯାତ୍ରା ଜଗତରେ ସେ ଥିଲେ ଜଣେ ଚର୍ଚ୍ଚିତ ଚେହେରା । ସେ ୩୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି । ତାଙ୍କର ପ୍ରଥମ ଓଡ଼ିଆ ଫିଲ୍ମ ହେଉଛି ‘ଗଙ୍ଗଶିଉଳୀ’ । ଗତ ଦୁଇ ଦଶନ୍ଧୀ ଧରି ସେ ଓଲିଉଡରେ ସକ୍ରୀୟ ଥିଲେ । ତାଙ୍କ ମୃତ୍ୟୁରେ ସିନେପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁରେ ଓଲିଉଡରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –