ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ମନାକଲେ ଏମଆଇଏମ ନେତା ! ଗୋଡେଇ ଗୋଡ଼େଇ ପିଟିଲେ ବିଜେପି, ଶିବସେନା କର୍ମୀ ।

42

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ସମଗ୍ର ଦେଶ ଶୋକ ସାଗରରେ ବୁଡ଼ି ରହିଛି । ଦେଶ ବିଦେଶରୁ ଶୋକ ବାର୍ତ୍ତା ପହଞ୍ଚିଛି । ଶତ୍ରୁଦେଶ ପାକିସ୍ତାନ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଦେବାକୁ ଜଣେ ମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଟିମ ପଠାଇ ଥିଲା । କିନ୍ତୁ ଆମ ଦେଶରେ ମଧ୍ୟ ଏପରି ଲୋକ ଅଛନ୍ତି ଯେଉଁମାନେ ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ବିରୋଧ କରୁଛନ୍ତି ।

ମହାରାଷ୍ଟ୍ରର ଔରଙ୍ଗାବାଦ ପୌରପରିଷଦରେ ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଏକ ପ୍ରସ୍ତାବ ଆଗତ କଲେ ବିଜେପି କର୍ପୋରେଟର ରାଜୁ ବୈଦ । ଦଳମତ ନିର୍ବିଶେଷରେ ସମସ୍ତେ ଏହାକୁ ସମର୍ଥନ କଲେ । କିନ୍ତୁ ଅସାଉଦ୍ଦିନ ଓବେସୀଙ୍କ ଦଳ ଏମଆଇଏମର କର୍ପୋରେଟଲ ସୟଦ ମାଟିନ ଛିଡା ହୋଇ ଏହାକୁ ବିରୋଧ କଲେ । ଏହାକୁ ଦେଖି କିଛି ସମୟ ସ୍ତବ୍ଧ ହୋଇଗଲେ ଉପସ୍ଥିତ ବିଜେପି ଓ ଶିବସେନା କର୍ପୋରେଟର ମାନେ । ପ୍ରଥମେ କେହି କିଛି ବୁଝି ପାରିନଥିଲେ କଣ ପାଇଁ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ମାଟିନ ବିରୋଧ କରିଥିଲେ । ଏହା ପରେ ହଠାତ ସମସ୍ତେ ତାଙ୍କୁ ଘେରି ଉତ୍ତମ ମଧ୍ୟମ ଦେବାକୁ ଆରମ୍ଭ କଲେ । ପୁଲିସ ହସ୍ତକ୍ଷେପ କରି ତାଙ୍କୁ ବାହାରକୁ ନେଇଯାଇଥିଲେ ମଧ୍ୟ ରାସ୍ତାରେ ତାଙ୍କୁ ଗୋଡେଇ ଗୋଡେଇ ପିଟିବାକୁ ଲାଗିଲେ କିଛି ସ୍ଥାନୀୟ ଲୋକ । ବହୁ କଷ୍ଟରେ ପୁଲିସ ତାଙ୍କୁ ଉଦ୍ଧାର କରି ସେହି ସ୍ଥାନରୁ ନେଇ ଚାଲିଯାଇଥିଲା ।