ପାଖାପାଖି ୭୦ କୋଟି ଇମେଲ୍ ଆଇଡି ହେଲା ହ୍ୟାକ୍ ! ତାଲିକାରେ ନାହିଁ ତ ଆପଣଙ୍କ ଆଇଡି, ଏଭଳି କରନ୍ତୁ ଚେକ୍ ।

678

ଅନେକ ସମୟରେ ଡାଟା ଲିକ୍ ହେବା ଭଳି ଘଟଣା ସାମ୍ନାକୁ ଆସିଛି । କିନ୍ତୁ ୨୦୧୯ ଆରମ୍ଭରୁ ଏକ ବଡ ଧରଣର ଡାଟା ଲିକ୍ ହୋଇଥିବା ଜଣାପଡିଛି । ରିସର୍ଚ୍ଚର ଟ୍ରୋଏ ହଣ୍ଟ ମୁତାବକ, ସମଗ୍ର ଦୁନିଆରେ ୭୭.୩ କୋଟି ଇମେଲ ଆଇଡି ହ୍ୟାକ୍ ହୋଇଛି। ଏଥିସହିତ ପାଖାପାଖି ୨.୧ କୋଟି ପାସଓ୍ଵାର୍ଡ ବି ହ୍ୟାକ୍ ହୋଇସାରିଛି। ଏହି ସମସ୍ତ ହ୍ୟାକ୍ ‘Collection #1’ର ଅଂଶ ବୋଲି କୁହାଯାଉଛି। ‘Collection #1’ ଏକ ଇମେଲ୍ ଆଡ୍ରେସ୍ ଓ ପାସଓ୍ଵାର୍ଡ ସେଟ୍ ରହିଛି। ଯେଉଁଥିରେ ପାଖାପାଖି ୨,୬୯୨,୮୧୮, ୨୩୮ ଧାଡ଼ି ରହିଛି। ଏହି ହଜାର ସୂତ୍ର ଜରିଆରେ ଡାଟା ଲିକ୍ କରାଯାଉଛି।

ହଣ୍ଟଙ୍କ ମୁତାବକ, ଗତ ସପ୍ତାହରେ ଅନେକ ଲୋକ ତାଙ୍କୁ ସମ୍ପର୍କ କରି ଏହି ଚର୍ଚ୍ଚିତ କ୍ଲାଉଡ ସର୍ଭିସ୍ ସେବା ଓ ଏକ ବଡ଼ ଫାଇଲ୍ ବିଷୟରେ ସୂଚନା ଦେଇଥିଲେ। ଏହି କଲେକସନରେ ପାଖାପାଖି ୧୨,୦୦୦ରୁ ଅଧିକ ଫାଇଲ୍ ମହଜୁଦ ରହିଛି। ଯାହାର ଆକାର ପାଖାପାଖି ୮୭ଜିବି ରହିଛି। ଆଶ୍ଚର‌୍ୟ୍ୟର କଥା ହଣ୍ଟଙ୍କ ବ୍ୟକ୍ତିଗତ ଡାଟା ଏଥିରେ ଅଛି ଓ ତାହା ସଠିକ୍ ମଧ୍ୟ। ଅନେକ ବର୍ଷ ତଳେ ହଣ୍ଟ ଯେଉଁ ପାସଓ୍ଵାର୍ଡ ବ୍ୟବହାର କରୁଥିଲେ ତାହା ଏହି ତାଲିକାରେ ମହଜୁଦ ଅଛି । ରିସର୍ଚ୍ଚର ଏକ ସହଜ ଉପାୟ ବତାଇଛନ୍ତି। ଯାହା ଜରିଆରେ ଆପଣଙ୍କ ଇମେଲ ଆଇଡି ଓ ପାସଓ୍ଵାର୍ଡ ହ୍ୟାକ୍ ହୋଇଛି କି ନାହିଁ ତାହା ଜାଣି ପାରିବେ। ହଣ୍ଟ ଡାଟା ବେସକୁ ‘Have I been Pwned’ରେ ଯୋଡିଛନ୍ତି।

ଆପଣଙ୍କ ଆଇଡି ହ୍ୟାକ୍ ହୋଇଛି କି ନାହିଁ ଜାଣିବା ପାଇଁ ଏହି https://haveibeenpwned.com ସାଇଟକୁ ଯାଇ ନିଜ ଇମେଲ୍ ଆଇଡିକୁ ଡାଏଲକ୍ ବକ୍ସରେ ପକାଇବାକୁ ପଡ଼ିବ। ଯଦି ଇମେଲ୍ ଆଇଡି ଦେବା ପରେ ଆପଣଙ୍କୁ ଗୁଡ ନ୍ୟୁଜ ମିଳିବ, ତେବେ ଆପଣଙ୍କ ଡାଟା ସୁରକ୍ଷିତ ଅଛି। ଯଦି ଓହ ନୋ ପାଓ୍ଵଣ୍ଡ ନଜର ଆସେ ତେବେ ଆପଣଙ୍କ ଇମେଲ୍ ଆଇଡି ହ୍ୟାକ୍ ହୋଇଛି ଜାଣିବେ। ଏହାପରେ ତୁରନ୍ତ ଆପଣଙ୍କ ଆଇଡି ବଦଳାଇ ଦିଅନ୍ତୁ।

ସେହିପରି ଆପଣଙ୍କ ପାସଓ୍ଵାର୍ଡକୁ https://haveibeenpwned.com/Passwords ଯାଇ ଚେକ୍ କରି ପାରିବେ। ଯଦି ଏହି ଡାଟା ଲିକ୍ ସତ, ତେବେ ୨୦୧୩ ହୋଇଥିବା ଡାଟା ଲିକ୍ ପରେ ଏହା ସବୁଠାରୁ ବଡ଼ ଡାଟା ଲିକ୍ ହେବ। ୨୦୧୩ରେ ୩୦୦କୋଟି ଲୋକଙ୍କ ଆକାଉଣ୍ଟ ପ୍ରଭାବିତ ହୋଇଥିଲା।