ଦେଶରେ ଦିନକୁ ଦିନ ବୃଦ୍ଧି ପାଉଛି କୋଟିପତିଙ୍କ ସଂଖ୍ୟା ! ବଢ଼ିଚାଲିଛି ଭାରତୀୟଙ୍କ ସମ୍ପତ୍ତି

40

କନକ ବ୍ୟୁରୋ : ଭାରତରେ ଦ୍ରୁତ ଗତିରେ ବଢ଼ିଚାଲିଛି କୋଟିପତିଙ୍କ ସଂଖ୍ୟା । ବିଗତ ଏକ ବର୍ଷ ମଧ୍ୟରେ ଭାରତର କୋଟିପତି କ୍ଲବରେ ୭,୩୦୦ ନୂଆ ଲୋକ ସାମିିଲ ହୋଇଛନ୍ତି । କ୍ରେଡ଼ିଟ୍ ସୁଇସର ତାଜା ରିପୋର୍ଟ ଅନୁସାରେ ଭାରତରେ ୩.୪୩ ଲକ୍ଷ କୋଟିପତି ଅଛନ୍ତି । ଆଉ ସେମାନଙ୍କେ ପାଖରେ ସାମୁହିକ ରୂପରେ ପାଖାପାଖି ୬ ଟ୍ରିଲିୟନ୍ ଡଲାର ଅଥ ର୍୪୪୧ ଲକ୍ଷ କୋଟି ଟଙ୍କାର ସମ୍ପତି ଅଛି ।

ସୂଚନା ଅନୁସାରେ ଭାରତର ଆର୍ଥିକ ଉନ୍ନତି ହେବା ସହ ଲୋକଙ୍କ ଆର୍ଥିକ ଅବସ୍ଥା ଉନ୍ନତ ହୋଇଚାଲିଛି । ଦେଶରେ କୋଟିପତିଙ୍କ ସଂଖ୍ୟା ବଢିଚାଲିଛି ବୋଲି ଏକ ଅନ୍ତର୍ଜାତୀୟ କ୍ରେଡିଟ ରେଟିଂ ସଂସ୍ଥା କ୍ରେଡିଟ ସୁଇସର ଗ୍ଲୋବାଲ ୱେଲଥ ରିପୋର୍ଟରୁ ଜଣାପଡିଛି । ୨୦୦୦ରେ ଭାରତରେ ୩୯ହଜାର ଡଲାର ନିୟୁତାଧିପତି (ଡଲାର ମିଲିଅନେର) ଥିଲେ । କିନ୍ତୁ ଏବେ ତାହା ୩ ଲକ୍ଷ ୪୩ ହଜାର ରେ ପହଞ୍ଚିଲାଣି । ୨୦୨୩ ସୁଦ୍ଧା ଏହା ୫.୨୬ ଲକ୍ଷରେ ପହଞ୍ଚିବ ବୋଲି ଏହି ରିପୋର୍ଟ କହିଛି । ସୂଚନାଯୋଗ୍ୟ ଯେ ୧ ନିୟୁତ ଡଲାର ହେଉଛି ପ୍ରାୟ ୭. ୩୨ କୋଟି ଟଙ୍କା ।

ବିଶ୍ୱର ଲୋକମାନଙ୍କ ସଂପତ୍ତି ପ୍ରାୟ ୧୪ ଟ୍ରିଲିୟନ ବୃଦ୍ଧି ପାଇ ମୋଟ ୩୧୭ ଟ୍ରିଲିୟନରେ ପହଞ୍ଚିଛି । ଏହି ରିପୋର୍ଟରେ କୁହାଯାଇଛି ଯେ ସଂପତ୍ତି ସୃଷ୍ଟିରେ ଆମେରିକା ୧ନମ୍ବର ସ୍ଥାନରେ ରହିଛି । ତା ପଛକୁ ଚୀନ ରହିଛି ଓ ୩ୟ ସ୍ଥାନରେ ଜାପାନ ରହିଛି । ଏହି ରିପୋର୍ଟ ଅନୁସାରେ ମହିଳାମାନେ ବିଶ୍ୱର ୪୦ ପ୍ରତିଶତ ସଂପତ୍ତି ଅଧିକାର କରିଛନ୍ତି ।