ଖୁବଶୀଘ୍ର ଆପଣଙ୍କ ମାସିକ ଖର୍ଚ୍ଚକୁ ବଢାଇପାରେ କ୍ଷୀର ! ଏତେ ଟଙ୍କା ବଢିପାରେ ଦାମ୍ ।

235

ଖୁବଶୀଘ୍ର ଆପଣଙ୍କ ମାସିକ ଖର୍ଚ୍ଚକୁ ବଢାଇପାରେ ଏହି ପ୍ରଡକ୍ଟ । କ୍ରାଏସିଲର ଏକ ରିପୋର୍ଟ ମୁତାବକ,ସ୍କିମ୍ଡ ଦୁଗ୍ଧ ଉତ୍ପାଦନ କମିବା ଏବଂ ଏହାର ଚାହିଦା ବଢିବା କାରଣରୁ କ୍ଷୀରର ଦାମ୍ ମଧ୍ୟ ବଢିପାରେ । ତିନି ମାସ ମଧ୍ୟରେ ଏହା ବଢିବା ନେଇ କଳନା କରାଯାଉଛି । କ୍ଷୀରର ଦାମ୍ ବଢିବା ଫଳରେ ଅନ୍ୟ ଦୁଗ୍ଧଜାତୀୟ ପଦାର୍ଥ ମଧ୍ୟ ବଢିବ । ଯେମିତିକି ଲହୁଣୀ,ଦହି,ଘିଅ,ଛେନା ଆଦି ମଧ୍ୟ ମହଙ୍ଗା ହେବ । ତେବେ ଅମୁଲ୍ ଏବଂ ମଦର ଡାଏରୀ ପକ୍ଷରୁ ଏଯାଏଁ କୌଣସି ବିବରଣୀ ମିଳିପାରି ନାହିଁ ।

ଦାମ୍ ବଢିବା ପଛରେ ରହିଛି ଏହି କାରଣ :

କ୍ଷୀର,ଆଇସକ୍ରୀମ୍ କିମ୍ବା ଅନ୍ୟାନ୍ୟ ଦୁଗ୍ଧଜାତୀୟ ପଦାର୍ଥ ଖୁବଶୀଘ୍ର ହିଁ ନିଜ ଦାମ୍ ବୃଦ୍ଧି କରିପାରେ । କାରଣ ହେଉଛି ସ୍ୱଳ୍ପ ଉତ୍ପାଦନ ଏବଂ ଉତ୍ପାଦନ କମିବା ଯୋଗୁଁ କ୍ଷୀରର ଦାମ୍ ୧-୨ ପ୍ରତି ଲିଟର ପିଛା ଦାମ୍ ବଢିପାରେ । ରିପୋର୍ଟ ମୁତାବକ,୨୦୧୯-୨୦ ରେ କ୍ଷୀର ଉତ୍ପାଦନ ୩ ରୁ ୪ ପ୍ରତିଶତ କମିବାର ଆକଳନ ରହିଛି । ଅନ୍ୟପକ୍ଷରେ କ୍ଷୀର ଉତ୍ପାଦନ କମିବା କାରଣରୁ ଏହାର ଦାମ୍ ମଧ୍ୟ ବଢିବ ।

୨୦୧୭ ରେ ୧ ଟଙ୍କା/ଲିଟର ବଢିଥିଲା କ୍ଷୀରର ଦାମ୍ :

ଅନ୍ତିମଥର ୨୦୧୭ ରେ କ୍ଷୀରର ଦାମ୍ ବଢିଥିଲା । ୧ ଟଙ୍କା ପ୍ରତି ଲିଟର ପିଛା ବଢିଥିଲା କ୍ଷୀର । କ୍ରାଏସିଲ୍ ରିପୋର୍ଟ ଅନୁସାରେ,ଏହାଦ୍ୱାରା ସ୍କିମ୍ଡ କ୍ଷୀରର ଷ୍ଟକ୍ ଜଲଦି ଶେଷ ହୋଇଯିବ । ସାରା ଦୁନିଆରେ ସ୍କିମଡ୍ କ୍ଷୀରର ଦାମ୍ ୨୦ ପ୍ରତିଶତ ବଢିଯିବ । ୨୦୧୮ ମସିହା ମାର୍ଚ୍ଚ ମାସ ଶେଷ ଆଡକୁ ସ୍କିମଡ୍ କ୍ଷୀରର ୩ ଲକ୍ଷ ଟନ୍ ଷ୍ଟକ୍ ଥିଲା । କିନ୍ତୁ ଏହି ଷ୍ଟକ୍ ଏବେ ୨୫ ପ୍ରତିଶତର କମିବାର ଆଶଙ୍କା ରହିଛି ।