ରାସ୍ତାରେ କ୍ଷୀର ଢାଳି ଦୁଗ୍ଧ ଚାଷୀଙ୍କ ଅଭିନବ ପ୍ରତିବାଦ ! ଦୁଗ୍ଧର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି

27

କନକ ବ୍ୟୁରୋ : ଦୁଗ୍ଧ ଚାଷୀଙ୍କ ଆନ୍ଦୋଳନ । ଦୁଗ୍ଧର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି କରି ଓଡିଶା ଦୁଗ୍ଧ ଚାଷୀ ମହାସଂଘ ପକ୍ଷରୁ ବିକ୍ଷୋଭ କରାଯାଇଛି । ଭୁବନେଶ୍ୱର ସହିଦନଗରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାସ୍ତାରେ କ୍ଷୀର ଢାଳି ଚାଷୀମାନେ ପ୍ରତିବାଦ କରିଛନ୍ତି । ଓମଫେଡ ମୁଖ୍ୟ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଭଙ୍ଗାରୁଜା କରିଛନ୍ତି ବିକ୍ଷୋଭକାରୀ ।