ଜମ୍ମୁ-କାଶ୍ମୀରର ସୋପିଆଁ ଜିଲ୍ଲାରେ ଆତଙ୍କବାଦୀ-ଯବାନ ମୁହାଁମୁହିଁ ! ୨ ଯବାନ ସହିଦ

27

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରର ସୋପିଆଁ ଜିଲ୍ଲାରେ ଆତଙ୍କବାଦୀ ଓ ଯବାନ ମୁହାଁମୁହିଁ ହୋଇଛନ୍ତି । ଯବାନମାନେ ଆତଙ୍କବାଦୀଙ୍କୁ ଚାରିପଟୁ ଘେରି ତଲାସୀ ଅଭିଯାନ ଜାରି ରଖିଛନ୍ତି । ଏଥିରେ କିନ୍ତୁ ୨ ଜଣ ଯବାନ ଜମ୍ମୁ-କାଶ୍ମୀରର ସୋପିଆଁ ଜିଲ୍ଲାରେ ଆତଙ୍କବାଦୀ-ଯବାନ ମୁହାଁମୁହିଁ ! ଆତଙ୍କୀଙ୍କ ଗୁଳିରେ ୨ ଯବାନ ସହିଦ ହୋଇଥିବାବେଳେ ୩ ଜଣ ଯବାନ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ସୋପିଆଁର ଅବନୀରା ଅଂଚଳରେ ଏହି ଆକ୍ରମଣ ହୋଇଛି । ସେହିପରି ପୁଂଚ ସେକ୍ଟରରେ ବି ପାକିସ୍ତାନୀ ସେନାଙ୍କ ଗୁଳିମାଡ଼ରେ ଜଣେ ଭାରତୀୟ ଯବାନଙ୍କ ସହ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ଶନିବାର ସଂଧ୍ୟାରେ ପାକିସ୍ତାନୀ ସେନା ଭାରତୀୟ ଯବାନଙ୍କ ପୋଷ୍ଟ ଉପରକୁ ଅଚାନକ ଗୁଳିମାଡ଼ କରିିଥିଲା । ଅନ୍ୟପଟେ କୁଲଗାମ ସେକ୍ଟରରେ ଚାଲିଥିବା ଏନକାଉଂଟରରେ ଜଣେ ଯବାନ ଗୁରୁତର ଆହତ ହୋଇଥିବାବେଳେ ସ୍ଥାନୀୟ ଲୋକମାନେ ସେନାଙ୍କ ଉପରେ ପଥରମାଡ଼ କରିଥିଲେ ।

ଅନ୍ୟପଟେ, ସ୍ୱାଧୀନତା ଦିବସରେ ଦେଶରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ରହିଛି । ଏଥିପାଇଁ ଦେଶର ଅତି ସମ୍ବେଦନଶୀଳ ସ୍ଥାନମାନଙ୍କରେ ହାଇଆଲର୍ଟ ଜାରି କରାଯାଇଛି । ସୁରକ୍ଷା ଉପରେ କଡ଼ା ନଜର ରଖିବା ପାଇଁ ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଦିଲ୍ଲୀ ସମେତ ଏହାର ଆଖପାଖ ଅଂଚଳରେ ଆକ୍ରମଣ ସମ୍ଭାବନା ବେଶ୍ ଅଧିକ ଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିମାନବନ୍ଦର, ରେଳଷ୍ଟେସନ ଓ ଜନଗହଳି ପୂର୍ଣ୍ଣ ସ୍ଥାନ ଉପରେ ମଧ୍ୟ ନଜର ରଖାଯାଇଛି ।