ନିରୋଳାରେ ନିର୍ବନ୍ଧ ! ଚର୍ଚ୍ଚିତ ଯୋଡି ମିଲିନ୍ଦ୍ ଏବଂ ଅଙ୍କିତାଙ୍କ ପ୍ରେମଭରା ଫଟୋ ଭାଇରାଲ ।

43

କେହିଜଣେ ସତ କହିଛନ୍ତି ପ୍ରେମରେ ବୟସ କେବଳ ଏକ ଅଙ୍କ ମାତ୍ର । ଏହି କଥାକୁ ସତ ପ୍ରମାଣିତ କରିଛନ୍ତି ସୁପର ମଡେଲ ମିଲିନ୍ଦ୍ ସୋନମ । ମଡେଲ ମିଲିନ୍ଦ୍ ସୋନମ ଏବଂ ପ୍ରେମିକା ଅଙ୍କିତା କୋୱରଙ୍କ ମଧ୍ୟରେ ବୟସର ତାରତମ୍ୟକୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଥାଏ । ମିଲିନ୍ଦଙ୍କ ବୟସ ୫୨ ବର୍ଷ ହୋଇଥିବାବେଳେ ପ୍ରେମିକା ଅଙ୍କିତାଙ୍କ ବୟସ ମାତ୍ର ୨୭ ବର୍ଷ । କିନ୍ତୁ ସମାଜ କ’ଣ କହୁଛି ଏହାକୁ ଗୁରୁତ୍ୱ ନ ଦେଇ ନିଜ ପ୍ରେମକୁ ଚରିତାର୍ଥ କରିବା ପାଇଁ ଏହିଯୋଡିଙ୍କ ପ୍ରୟାସ ଜାରି ରହିଛି ।
ଦୁହିଁଙ୍କ ବୟସରେ ସାଧାରଣ ଠାରୁ ଅଧିକ ତାରତମ୍ୟ ରହିଥିବାରୁ ପ୍ରଥମେ ଅଙ୍କିତାଙ୍କ ଘରେ ବିବାହକୁ ନେଇ ସମସ୍ୟା ଉପୁଜିଥିଲା । କିନ୍ତୁ ମିଲନଙ୍କ ବ୍ୟବହାରରେ ସନ୍ତୁଷ୍ଟ ହୋଇ ପରିବାର ସଦସ୍ୟ ବିବାହ ପାଇଁ ସମ୍ମତି ଦେଇଥିଲେ । ନିକଟରେ ଏହି ପ୍ରେମୀଯୁଗଳ ନିଜ ଫଟୋକୁ ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ କରିଥିଲେ । ଯେଉଁଥିରେ ଦୁହେଁ ଦୁହିଁଙ୍କ ହାତ ଧରିଥିବା ବେଳେ ଅଙ୍କିତାଙ୍କ ଆଙ୍ଗୁଠିରେ ମୁଦି ପିନ୍ଧିଥିବା ଦେଖା ଯାଇଛି । ଏଥିରୁ ଅନୁମାନ କରାଯାଉଛି ଯେ ଦୁହେଁ ନିର୍ବନ୍ଧ ଡୋରରେ ବାନ୍ଧି ହୋଇଯାଇଛନ୍ତି । ଚଳିତବର୍ଷ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାର ଖବର ମଧ୍ୟ ଶୁଣିବାକୁ ମିଳୁଛି ।
ନିକଟରେ ମିଲନ ଅଙ୍କିତାଙ୍କ ଜନ୍ମସ୍ଥାନ ଗୌହାଟି ଯାଇ ପରିବାର ଲୋକଙ୍କ ସହ ସମୟ ବିତାଇବା ସହ ଭଣଜାଙ୍କ ଜନ୍ମଦିନ ଆଟେଣ୍ଟ କରିଥିଲେ ।