କାହିଁକି ସଡକ କଡରେ ଏଭଳି ଭିନ୍ନ ଭିନ୍ନ ରଙ୍ଗର ପଥର ଦେଖାଯାଏ ? ଜାଣିବା ପାଇଁ ପଢନ୍ତୁ ସମ୍ପୁର୍ଣ୍ଣ ଖବର ।

178

ବୁଲାବିଲି କରିବା ପାଇଁ ସମେସ୍ତ ପସନ୍ଦ କରନ୍ତି । ସଡ଼କରେ ଯାତ୍ରା କରିବାର ମଜା କିଛି ଅଲଗା ଥାଏ । ସାଙ୍ଗ ସାଥୀ ହୁଅନ୍ତୁ କିମ୍ବା ପରିବାର ସହ ଯାତ୍ରା, ସମସ୍ତଙ୍କ ପାଇଁ ଆଣିଦେଇଥାଏ ନିଆରା ଅନୁଭୂତି । କିନ୍ତୁ ଏହି ଯାତ୍ରା କରିବା ସମୟରେ କେବେ ଧ୍ୟାନ ଦେଇଛନ୍ତି କି ରାସ୍ତା କଡରେ ଦେଖାଯାଉଥିବା ପଥରର ରଙ୍ଗ ବଦଳିଥାଏ । ଭ୍ରମଣରେ ଯିବା ସମୟରେ ଅନୁମାନ କରିଥିବେ ରାସ୍ତା କଡ଼ରେ ଅନେକ ରଙ୍ଗର ପଥର ଦେଖିବା ପାଇଁ ମିଳେ । ସେଥିରେ ସ୍ଥାନର ନାମ ବ୍ୟତୀତ ଅନେକ ପ୍ରକାର ଚିହ୍ନ ଦେଖାଯାଏ । କେତେବେଳେ ଏହା ହଳଦିଆ ରଙ୍ଗର ଥାଏ ତ କେତେବେଳେ ଥାଏ ସବୁଜ ରଙ୍ଗର । ତେବେ ଏପରି ହେବାର କାରଣ କଣ ହୋଇଥାଇପାରେ ଆପଣ କେବେ ଭାବିନଥିବେ । କିନ୍ତୁ ଏହା ପଛରେ ଥାଏ ମହତ୍ୱପୂର୍ଣ କାରଣ । ଏବେ ନଜର ପକାନ୍ତୁ ରଙ୍ଗ ବଦଳୁଥିବା ପଥର ପଛର କାରଣ ।

ହଳଦୀ ରଙ୍ଗ ଥିବା ପଥର : ଏପରି ପଥର ଦର୍ଶାଇଥାଏ ଯେ ଆପଣ ନ୍ୟାସନାଲ୍ ହାଇୱେରେ ଅଛନ୍ତି । ଏହି ହଳଦି ରଙ୍ଗ ଥିବା ପଥର କେବଳ ନ୍ୟାସନାଲ୍ ହାଇୱେରେ ହିଁ ଥାଏ ।

ସବୁଜ ରଙ୍ଗର ପଥର : ଯଦି ଆପଣ କୌଣସି ରାସ୍ତାରେ ଯାଉଛନ୍ତି ଆଉ ଏହି ସମୟରେ ସବୁଜ ରଙ୍ଗ ଥିବା ପଥର ଦେଖୁଛନ୍ତି ଏହାର ଅର୍ଥ ହେଉଛି ଆପଣ ଷ୍ଟେଟ୍ ହାଇ ୱେରେ ଅଛନ୍ତି । ଏହି ସଡ଼କ ରାଜ୍ୟ ସରକାରଙ୍କ ଅଧୀନରେ ଆସିଥାଏ ।

ନୀଳ ବା କଳା ରଙ୍ଗର ପଥର : ଏପରି ପଥର ଦର୍ଶାଇଥାଏ ଆପଣ କୌଣସି ବଡ଼ ସହର କିମ୍ବା ଜିଲ୍ଲାରେ ଯାତ୍ରା କରୁଛନ୍ତିି । ଅର୍ଥାତ୍ ଏହି ସଡ଼କ କୌଣସି ଜିଲ୍ଲା ଅଧୀନରେ ଆସିଥାଏ ।

କମଳା ରଙ୍ଗର ପଥର : ଯେଉଁ ସଡ଼କକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅଧୀନରେ ନିର୍ମାଣ କରାଯାଇଥାଏ ସେଠାରେ କମଳା ରଙ୍ଗ ଥିବା ପଥର ଆପଣ ଦେଖିପାରିବେ ।