ଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା

44

କନକ ବ୍ୟୁରୋ : ଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା । ଓଡିଶାର କଟକ, ଭୁବନେଶ୍ୱର, କେଉଁଝର, ବାଲେଶ୍ୱର, ଜଗତସିଂହପୁର, ପୁରୀ, ରାଉରକେଲା, ପାରାଦୀପ ଆଦି ଅଂଚଳରେ ମୃଦୁ ଭୁକମ୍ପ ଅନୁଭୂତ ହୋଇଛି । ଅନେକ ସ୍ଥାନରେ ଭୂକମ୍ପ ଝଟକା ପରେ ଲୋକେ ଭୟଭୀତ ହୋଇ ଘରୁ ପଦାକୁ ବାହାରି ଆସିଥିଲେ । ଦୀର୍ଘ ସମୟ ଧରି ଲୋକେ ରାସ୍ତା ଉପରେ ଥିବାର ଦେଖିବାକୁ ମିଳିଥିଲା ।

ଉତର ପୂର୍ବ ଓ ପୂର୍ବ ଭାରତରେ ମୁଖ୍ୟତଃ ଏହି ଭୂକମ୍ପ ଅନୁଭତ ହୋଇଛି। ଭାରତୀୟ ପାଣିପାଗ ବିଭାଗର ପ୍ରାଥମିକ ସୂଚନା ଅନୁସାରେ ଏହାର କେନ୍ଦ୍ର ମିଆଁମାରଠାରେ ରହିଛି। ଆଇଏମଡି ସୂଚନା ଅନୁଯାୟୀ ଭାରତୀୟ ସମୟ ୪ଟା ୪ ମିନିଟରେ ଏହା ଅନୁଭୂତ ହୋଇଛି । ଆଇଏମଡି ଅନୁଯାୟୀ ଭୂମିକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୬.୭ ରେକର୍ଡ କରାଯାଇଛି। ୟୁରୋପିୟନ ସେଂଟରର ସୂଚନା ଅନୁଯାୟୀ ଏହାର ତିବ୍ରତା ୭ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ମିଆଁମାରଠାରୁ ୧୯୦କିଲୋମିଟର ଦୂର ରହିଛି । ସମୁଦ୍ର ପତନଠାରୁ ୯୧କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଛି । ଏହି ମଧ୍ୟମ ଧରଣର ଭୂକମ୍ପ ଓଡ଼ିଶା, ଆସାମ, ପଶ୍ଚିମ ବଙ୍ଗ, ତ୍ରିପୁରା, ମଣିପୁର, ଝାଡଖଣ୍ଡ, ସିଲଂ, ନାଗାଲ୍ୟାଣ୍ଡ ଓ ବିହାରର ବିଭିନ୍ନ ଅଂଚଳରେ ଅନୁଭୂତ ହୋଇଛି।