ହୀରାକୁଦକୁ ବିଦେଶାଗତ ପକ୍ଷୀଙ୍କ ଆଗମନ : ମାର୍ଚ୍ଚ ମାସରେ ଆସି ଅଗଷ୍ଟ ସୁଦ୍ଧା ଫେରି ଯାଆନ୍ତି

39

କନକ ବ୍ୟୁରୋ : ଖରାଦିନ ଆରମ୍ଭରୁ ସମ୍ବଲପୁର ହୀରାକୁଦ ଜଳଭଣ୍ଡାରକୁ ଆରମ୍ଭ ହୋଇଗଲାଣି ବିଦେଶାଗତ ପକ୍ଷୀଙ୍କ ଆଗମନ । ଏପରିକି ଜଳଭଣ୍ଡାରକୁ ଲାଗି ରହିଥିବା ଅଂଚଳରେ ମଧ୍ୟ ହଜାର ହଜାର କିଲୋମିଟର ଦୂରରୁ ଉଡିଆସିଥିବା ବିଦେଶୀ ପକ୍ଷୀ ଅଣ୍ଡା ଦେଇଥାନ୍ତି । ମାର୍ଚ୍ଚ ମାସ ପ୍ରଥମରୁ ଏପ୍ରିଲ ମଧ୍ୟରେ ଏଠାରେ ବିଦେଶୀ ପକ୍ଷୀ ଅଣ୍ଡାଦେଇ ଅଗଷ୍ଟ ମାସ ସୁଦ୍ଧା ବଡ କରି ଫେରିଯାଇଥାନ୍ତି ।

ଅଷ୍ଟ୍ରେଲିଆ, ମାଳଦ୍ୱୀପ, ୟୁରୋପ, ଆଫ୍ରିକା ଓ ପୂର୍ବ ଏସିଆରୁ ପକ୍ଷୀମାନେ ଆସି ହୀରାକୁଦ ଜଳଭଣ୍ଡାର ସମେତ ଏହାର ଆଖପାଖ ଅଂଚଳରେ ଅଣ୍ଡାଦାନ କରିଥାନ୍ତି । ଏହି ପକ୍ଷୀଗୁଡିକୁ ମୁଖ୍ୟତଃ ଗ୍ରାଉଣ୍ଡ ନେଷ୍ଟିଂ ବାର୍ଡ ବୋଲି କୁହାଯାଉଥିବାବେଳେ ଏମାନଙ୍କ ଭିତରେ ସ୍ମଲ ପ୍ଲାଟିଙ୍ଗ କୋର୍ଟ ଏବଂ ଓରିଏଂଟାଲ ପ୍ଲାଟିଂ କୋର୍ଟ ବୋଲି କୁହାଯାଏ । ଏମାନଙ୍କର ସୁରକ୍ଷା ପାଇଁ ଆଖପାଖର ୮ରୁ ୧୦ଟି ଗାଁର ଲୋକଙ୍କୁ ଏକାଠି କରି କମିଟି କରାଯାଇଛି । ସବୁଠାରୁ ବଡକଥା ହେଉଛି ପ୍ରତିବର୍ଷ ଏମିତି ପକ୍ଷୀମାନେ ନିର୍ଦ୍ଦିଷ୍ଟ ସମୟରେ ଆସି ଅଣ୍ଡାଦାନ କରିବା ସହ ଛୁଆଗୁଡିକୁ ବଡ କରି ପୁଣି ଫେରିଯାଆନ୍ତି ।