କଟକ ଚୌଦ୍ୱାର ଥାନାରେ ଛତିଶଗଡ ଶ୍ରମିକଙ୍କୁ ପୋଲିସର ଅସହଯୋଗ ଅଭିଯୋଗ : ପ୍ୟାଣ୍ଟ ସାର୍ଟ ଖୋଲି ଶ୍ରମିକଙ୍କ ପ୍ରତିବାଦ । କହିଲେ, ଯେତେ ମାରିବ ମାର, ଆମେ ପାକିସ୍ତାନ ନୁହେଁ ଭାରତୀୟ ।

418

କନକ ବ୍ୟୁରୋ : ଆମେ ପାକିସ୍ତାନୀ ନୋହୁଁ, ଭାରତୀୟ ନାଗରିକ । ଆମକୁ ପୁଲିସ କାହିଁକି ଏପରି ବ୍ୟବହାର କରୁଛି । କଟକ ଚୌଦ୍ୱାର ଥାନା ଆଗରେ ପ୍ୟାଂଟ ସାର୍ଟ ଖୋଲି ଚିତ୍କାର କରି ସେମାନେ ପାକିସ୍ତାନୀ ନୁହେଁ ଭାରତୀୟ କହି ଶ୍ରମିକମାନେ ପ୍ରତିବାଦ କରିଛନ୍ତି । ବାଲେଶ୍ୱର ଜିଲ୍ଲା ଜଲେଶ୍ୱରର ଇଟା ଭାଟିରେ ଛତିଶଗଡର କିଛି ଶ୍ରମିକ କାମ କରୁଥିଲେ ।

ତାଲାବନ୍ଦ ଯୋଗୁଁ ଇଟାଭାଟି ବନ୍ଦ ହେବା ପରେ ସେମାନେ ଚାଲି ଚାଲି ଛତିଶଗଡ ବାହାରିଛନ୍ତି । କଟକ ଚୌଦ୍ୱାର ପହଂଚିବା ପରେ ଥାନାକୁ ଯାଇ ଛତିଶଗଡ ଯିବା ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ । ହେଲେ ପୁଲିସ ସାହାଯ୍ୟ କରିବାକୁ ମନା କରିବାରୁ ଆମ ପିଟି ପିଟି ମାରିଦିଅ ବୋଲି ପ୍ୟାଂଟ ସାର୍ଟ ଖୋଲି ଛତିଶଗଡର ଶ୍ରମିକ ପ୍ରତିବାଦ କରିଥିଲେ ।