ଜମ୍ମୁକାଶ୍ମୀର ବଡଗାମରେ ମିଗ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ! ୨ ପାଇଲଟ୍ ମୃତ

356

କନକ ବ୍ୟୁରୋ : ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଦୁର୍ଘଟଣାଗସ୍ତ । ଜମ୍ମୁକାଶ୍ମୀର ବଡଗାମରେ ମିଗ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୨ ଜଣ ପାଇଲଟଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମିଗ୍ ବିମାନଟି ଏକ ଜମିରେ ପଡ଼ିଯାଇଥିଲା ଓ ତା’ପରେ ସେଥିରେ ନିଆଁ ଲାଗିଯାଇଥିଲା । ବିମାନ ଦୁର୍ଘଟଣାର କାରଣ ଜଣାପଡିନାହିଁ । ବିମାନଟି କ୍ରାସ ହେବା ପରେ ପୁରାପୁରି ଜଳିଯାଇଥିବା ଦେଖିବାକୁ ମିଳିଛି ।

ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇଥିଲେ ଏବଂ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚିଯାଇଥିଲେ । ଶ୍ରୀନଗର ଏୟାରବେସରୁ ବିମାନଟି ଉଡାଣ ଭରିଥିଲା । କାଶ୍ମୀରରେ ଏହା ପାଟ୍ରୋଲିଙ୍ଗରେ କରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ବିମାନ ତଳକୁ ଆସୁଥିବା ସମୟରେ ବଡ଼ ବଡ଼ ଧରରଣ ଶବ୍ଦ ଶୁଣିବା ପାଇଁ ମିଳିଥିଲା । ଆଉ ତାଫରେ ବିମାନଟି କ୍ରାସ୍ ହୋଇଯାଇଥିଲା ।