ତାତିଲେ ଅଭିଭାବକ ! ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗରେ ଶିକ୍ଷା ଅଧିକାରୀଙ୍କୁ ଘେରାଉ କଲେ

20

କନକ ବ୍ୟୁରୋ : ତାତିଲେ ଅଭିଭାବକ । କଳାହାଣ୍ଡି ଜିଲା କୋକସରା ବ୍ଲକ ବଡରଣାପଡା ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ କରି ଶିକ୍ଷାଧିକାରୀଙ୍କ ଅଫିସ ଘେରାଉ କରିଛନ୍ତି ଅଭିଭାବକ । ସରକାରଙ୍କ ନିର୍ଦ୍ଧାରିତ ଖାଦ୍ୟ ସାରଣୀ ଅନୁଯାୟୀ ପିଲାଙ୍କୁ ଖାଇବାକୁ ନଦେବା ଓ ଅତ୍ୟନ୍ତ ଅରୁଚିକର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ତୁରନ୍ତ ଏହାର ସମଧାନ ନହେଲେ ସୋମବାର ଠାରୁ ସ୍କୁଲରେ ତାଲା ପଡିବ ବୋଲି ଚେତାବନୀ ଦେଇଛନ୍ତି ।

ସେପଟେ ଆବଶ୍ୟକ ଶିକ୍ଷକ ଅଭାବରୁ ୨୨ ତାରିଖ ଠାରୁ ଗୋଳାମୁଣ୍ଡା ବ୍ଲକର ସୁକୁନିମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି ସୁକୁନିମୁଣ୍ଡା ଗ୍ରାମବାସୀ । ସୁକୁନିମୁଣ୍ଡା ପ୍ରାଥମିକ ବିଦ୍ୟାଳୟଠାରେ ପ୍ରଥମରୁ ପଂଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ୩ଜଣ ଶିକ୍ଷକ ନିଯୁକ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ସିଆରସିସି ହୋଇଥିବା ବେଳେ ଅନ୍ୟ ଜଣକୁ ବଦଳି କରାଯାଇଛି । ଫଳରେ ଜଣେ ଶିକ୍ଷକରେ ପାଠପଢା ହୋଇପାରୁନଥିବାରୁ ଗ୍ରାମବାସୀ ପିଲାଙ୍କୁୁ ସ୍କୁଲକୁ ନପଠାଇ ତାଲା ପକାଇ ଦେଇଛନ୍ତି ।