ଏୟାର ଶୋ’ ପୂର୍ବରୁ ବଡ ଅଘଟଣ ! ସୂର୍ଯ୍ୟକିରଣ ପ୍ଲେନ୍ କ୍ରାସରେ ଚାଲିଗଲା ଜଣେ ପାଇଲଟଙ୍କ ଜୀବନ ।

313

ଆଜି ବାଙ୍ଗାଲୋର ଠାରେ ଅଭ୍ୟାସ ବେଳେ ମଝି ଆକାଶରେ ଦୁଇଟି ସୂର୍ଯ୍ୟକିରଣ ଏୟାରକ୍ରାଫ୍ଟ ବିମାନ ପରସ୍ପର ସହ ବାଡେଇ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଘଟଣାରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଉ ଜଣେ ପାଇଲଟଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ଗୁରୁତର ରହିଛି । ମୃତ ପାଇଲଟଙ୍କ ନାଁ ୱିଙ୍ଗ କମାଣ୍ଡର ସାହିଲ ଗାନ୍ଧି । ଯିଏକି ସୂର୍ଯ୍ୟକିରଣ ୭ ବିମାନକୁ ଉଡାଉଥିଲେ । ସାହିଲ ବାୟୁସେନାର ଲଢୁଆ ବିମାନ ସୁଖୋଇ-୩୦ର ପାଇଲଟ୍ ଥିଲେ । ସାହିଲଙ୍କ ମୃତ୍ୟୁଖବର ଜଣାପଡିବା ପରେ ତାଙ୍କ ଜନ୍ମମାଟି ହରିୟାଣାଠାରେ ଶୋକର ଛାୟା ଖେଳିଯାଇଛି । ପରିବାରରେ ତାଙ୍କର ସ୍ତ୍ରୀ ଏବଂ ୫ ବର୍ଷର କୁନି ପୁଅ ଅଛନ୍ତି । ତେବେ ଏହି ଦୁର୍ଘଟଣାରେ କମାଣ୍ଡର ବିଜୟ ଶେଲ୍କେ ଏବଂ ତେଜେଶ୍ୱର ସିଂହଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ କ୍ରାସ ହୋଇଥିବା ଦୁଇ ଏୟାରକ୍ରାଫ୍ଟ, ଏୟାର ସୋରେ ଭାଗ ନେବା ପୂର୍ବରୁ ରିହର୍ସାଲ କରୁଥିଲେ । ତେବେ ଏହି ସମୟରେ ସରସ୍ପର ସହ ଦୁଇ ଏୟାରକ୍ରାଫ୍ଟ ପିଟିହୋଇଯାଇଥିଲେ । ବାଙ୍ଗାଲୋରରେ ଆସନ୍ତାକାଲିଠୁ ଏୟାର ଇଣ୍ଡିଆ ୨୦୧୯ ଆୟୋଜିତ ହେବାକୁ ଯାଉଛି । ଯାହାକି ୨୪ ତାରିଖ ଯାଏଁ ଚାଲିବ । ଭାରତୀୟ ବାୟୁସେନା ପକ୍ଷରୁ ଏହି ପାଂଚଦିବସୀୟ ଏୟାର ସୋ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଚଳିତ ଥର ଏହି ଏୟାର ସୋରେ ରାଫେଲ ବିମାନର ପ୍ରଦର୍ଶନ କରାଯିବ ବୋଲି ସୂଚନା ମିଳିଛି । ଏଥିପାଇଁ ଏୟାର ସୋ ଉପରେ ସମସ୍ତଙ୍କ ନଜର । ରାଫେଲ ବିମାନକୁ ନେଇ ବିଗତ ଦିନରେ ରାଜନୀତି ଜୋର ଧରିଛି । ଏସବୁ ସତ୍ୱେ ବାୟୁସେନା ପାଇଁ ରାଫେଲ ଅଧିକ ଜରୁରୀ ବୋଲି କହିଛି ବାୟୁସେନା । ଏଥିପାଇଁ ରାଫେଲ ଉଡ଼ାଣ ଉପରେ ସମସ୍ତଙ୍କର ନଜର ।