ମାଇକ୍ରୋସଫ୍ଟ , ଉବର ଦେଉଛନ୍ତି ୧.୪୦ କୋଟିର ପ୍ୟାକେଜ୍ ! କେଉଁମାନେ ପାଇବେ ଏହାର ଫାଇଦା ,ଜାଣନ୍ତୁ

32

ବର୍ଷକୁ ଆପଣ ୧.୪୦କୋଟି ଟଙ୍କା ଦରମା ପ୍ୟାକେଜ ଚାହାନ୍ତି କି ? ଏବଂ ଆମେରିକାରେ ଚାକିରୀ କରିବାକୁ ଚାହୁଁଛନ୍ତି କି ? ଯଦି ଆପଣଙ୍କ ଉତ୍ତର ହଁ ତେବେ ଆପଣଙ୍କ ପାଇଁ ରହିଛି ଏକ ସୁବର୍ଣ୍ଣ ସୁଯୋଗ । ସାରା ଦେଶରେ ମହଜୁଦ ଥିବା କୌଣସି ଆଇଆଇଟିର ଅନ୍ତିମ ବର୍ଷ ଛାତ୍ରଙ୍କ ପାଇଁ ଏହା ହେଉଛି ଏକ ବଡ ସୁଯୋଗ । ବିଶ୍ୱର ପ୍ରସିଦ୍ଧ କମ୍ପାନୀ ମାଇକ୍ରୋସଫ୍ଟ ଏବଂ ଉବର ଆଜିଠାରୁ ସାରା ଦେଶର ସମସ୍ତ ପ୍ରମୁଖ ଆଇଆଇଟି କ୍ୟାମ୍ପସ ପ୍ଳେସମେଂଟର ସୁବିଧା ଆରମ୍ଭ କରିଛନ୍ତି ।

ମାଇକ୍ରୋସଫ୍ଟ ପ୍ୟାକେଜରେ ଏହା ରହିଛି ସାମିଲ – ମାଇକ୍ରୋସଫ୍ଟ ପ୍ୟାକେଜ ମଧ୍ୟରେ ବର୍ଷକୁ ୧.୩୯କୋଟି(୨୧୪୬୦୦ଡଲାର)ର ଦରମା ରହିଛି । ଏହି ପ୍ୟାକେଜ ଆମେରିକାର କମ୍ପାନୀ ରେଡମଣ୍ଡସ୍ଥିତ କ୍ୱାଟରରେ କାମ କରିବା ବ୍ୟକ୍ତିଙ୍କୁ ଏହି ଦରମା ପ୍ରଦାନ କରାଯିବ । ଏହି ପ୍ୟାକେଜରେ ୧୦୮୦୦୦ଡଲାର ଦରମା ସମେତ ପର୍ଫମାନ୍ସ ବୋନସ ୨୧୬୦୦ଡଲାର, ୧୫୦୦୦ଡଲାର ଜଏନ କରିବା ପରେ ବୋନସ ଏବଂ ୭୦,୦୦୦ଡଲାରର ଷ୍ଟକ ଅପସନ ମିଳିବ ।

ଉବରର ଏହି ପ୍ୟାକେଜ ରହିଛି – କ୍ୟାବ ଏଗ୍ରିଗେଟର କମ୍ପାନୀ ଉବର ଟେକ୍ନୋଲୋଜି ମଧ୍ୟ ଛାତ୍ରଙ୍କୁ ୯୯.୮୭ଲକ୍ଷ ଟଙ୍କା(୧.୫୫ଲକ୍ଷ ଡଲାର)ର ଦରମା ପ୍ୟାକେଜ ଦେବାକୁ ଯାଉଛନ୍ତି । ଏହି ପ୍ୟାକେଜରେ ୧୧୦୦୦୦ଡଲାର ବେସ ଦରମାସହ ବୋନସ ଓ ଷ୍ଟକ ଟଙ୍କା ମଧ୍ୟ ଏଥିରେ ଅଲଗା ସାମିଲ ରହିଛି । ଯଦି ଦୁଇ କମ୍ପାନୀର ତୁଳନା କରାଯାଏ ତେବେ ମାଇକ୍ରେସଫ୍ଟ ପ୍ୟାକେଜ ଅଧିକ ରହିଛି ।

( ସୌଜନ୍ୟ- ଅମର ଉଜାଲା)