ଆପଣ ସାମସଙ୍ଗ୍ ଗାଲାକ୍ସି ନୋଟ -୮ କିଣିବାକୁ ଚାହୁଁଛନ୍ତି କି? ଏବେ ସୁବିଧାରେ ପାଇପାରିବେ , ଅନଲାଇନ୍ ବିକ୍ରି କରୁଛି ମାଇକ୍ରୋସଫ୍ଟ

41

 ମାଇକ୍ରୋସଫ୍ଟ କଂପାନୀ ଏବେ ସାମସଙ୍ଗ ଗ୍ୟାଲାକ୍ସି ନୋଟ ୮ ଫୋନକୁ , ଅନଲାଇନ୍ ବିକିବା ଆରମ୍ଭ କରିଦେଇଛି । ଏଥିରେ ଭଚ୍ୟୁଅଲ୍ ଆସିଷ୍ଟାଂଟ କୋର୍ଟାନା , ୱାର୍ଡ , ଏକ୍ସେଲ୍ , ଭନୋଟ୍ ଓ ଆଉଟଲୁକ୍ ଭଳି ଆପ୍ ପ୍ରିଲୋଡେଡ୍ ରହିଛି । ଆଣ୍ଡ୍ରଏଡ୍ ଅଥୋରିଟି ରବିବାରକୁ କହିଛନ୍ତି ସାମସଙ୍ଗ୍ ଗ୍ୟାଲାକ୍ସି୍ସି ନୋଟ୍୮ ମାଇକ୍ରୋସଫ୍ଟର ଲଂଚ ବି ସାମିଲ୍ ଅଛି ।

ୱେବସାଇଟ୍ ମୁତାବକ , ‘ ଗତ ସପ୍ତାହରେ ରେଜର ଫୋନ୍ , ସାମସଙ୍ଗ ଗ୍ୟାଲାକ୍ସି ଏସ ୮ ଓ ଗ୍ୟାଲାକ୍ସି୍ସି ଏସ୮ ପ୍ଲସ୍ ବିକ୍ରିକରିବା ପରେ କଂପାନୀ ଗ୍ୟାଲାକ୍ସି୍ସି ନୋଟ ୮ କୁ ଅନଲାଇନ୍ ବିକିବା ଆରମ୍ଭ କରିଛି । ବାସ୍ତବିିକ୍ , ଯଦି ଗ୍ୟାଲାକ୍ସି୍ସି ଏସ୮ ବା ଗ୍ୟାଲାକ୍ସି୍ସି ଏସ୮ ପ୍ଲସ୍ କିଣିବାକୁ ଚାହୁଁଛନ୍ତି ତ ମାଇକ୍ରୋସଫ୍ଟ ଏହାକୁ ବିକ୍ରିକରୁଛି । ଏବଂ ଏହାର ଦାମ୍ ବଦଳାଇ ୧୫୦ ଡଲାର ( ୯୬୮୨.୫୬ଟଙ୍କା) କରିଦିଆଯାଇଛି । ’

ଗ୍ୟାଲାକ୍ସି୍ସି୍ସି ନୋଟ୍ ୮ ରେ ‘ଇନ୍ଫିନିଟି ଡିସପ୍ଲେ’ ଲାଗିଛି । ଏଥିରେ ୬.୩ ଇଂଚର ସ୍କ୍ରିନ୍ ଓ ଏହାକୁ ଡାର୍କ କଲରରେ ବଜାରକୁ ଛଡାଯାଇଛି । ଏଥିରେ ୬ ଜିବିର ରାମ୍ , ୬୪ ଜିବିର ଇନବିଲ୍ଟ ଷ୍ଟୋରେଜ୍ ଅଛି । ଯାହାକୁ ମାଇକ୍ରୋଏସଡି କାର୍ଡର ସାହାଯ୍ୟରେ ୨୫୬ ଜିବି ଯାଏ ବଢାଇହେବ । ଏଥିରେ ୮୮୯୫ ଅକ୍ଟୋକୋର ପ୍ରୋସେସର ଲାଗିଛି ।

ଏହାସହ ଏଥିରେ ‘ଭଲକନ୍ ଏପିଆଇ’ ସପୋର୍ଟ ସିଷ୍ଟମ ଅଛି । ସାମସଙ୍ଗ ଏସ-ପେନ୍ କୁ ମଧ୍ୟ ଅଧିକ ପ୍ରଭାବଶାଳୀ ଓ ସକ୍ଷମ କରିଛି । ମିଡିଆ ରିପୋର୍ଟ ଅନୁସାରେ , ମାଇକ୍ରୋସଫ୍ଟର ସିଇଓ ସତ୍ୟା ନଡେଲା ଏହି କଥାକୁ ସୂଚିତ କରି କହିଛନ୍ତି , ମାଇକ୍ରୋସଫ୍ଟ ଅଧିକ ସଂଖ୍ୟାରେ ଫୋନ ନିର୍ମାଣ କରିବ । କିନ୍ତୁ ସେଗୁଡିକ ବର୍ତ୍ତମାନର ଉପଲବ୍ଧ ଫୋନ୍ ଠାରୁ ଅଲଗା ହେବ ।

(ସୌଜନ୍ୟ- ନବଭାରତ ଟାଇମ୍ସ)