ମାଇକ୍ରୋମାକ୍ସ ଲଞ୍ଚ କଲା ଡୁଆଲ କ୍ୟାମେରା ବିଶିଷ୍ଟ ଶସ୍ତା ସ୍ମାର୍ଟଫୋନ୍ !

40

ମାଇକ୍ରୋମାକ୍ସ ଲଞ୍ଚ କଲା ନୂଆ ସ୍ମାର୍ଟଫୋନ୍ । ମାଇକ୍ରୋମାକ୍ସ ନିକଟରେ ନିଜର ଏକ ନୂଆ ସ୍ମାର୍ଟଫୋନ୍ ଇଭୋକ୍ ଡୁଆଲ ନୋଟ୍ ଲଂଚ କରିଛି । ଏହାର ସ୍ୱତନ୍ତ୍ରତା ହେଲା ଏହି ସ୍ମାର୍ଟଫୋନର ପଛରେ ରହିଛି ଡୁଆଲ କ୍ୟାମେରାର ସେଟଅପ୍ । ମଙ୍ଗଳବାର ଠାରୁ ଫ୍ଲିପକାର୍ଟରେ ଏହି ସ୍ମାର୍ଟଫୋନ ଉପଲବ୍ଧ ରହିବ, ଗ୍ରାହକ ସେଠାରୁ ଏହାକୁ ମଗାଇପାରିବେ । କମ୍ପାନୀ ଏହାର ମୂଲ୍ୟ ୯୯୯୯ ଟଙ୍କା ରଖଛି । ୩ଜିବି ଓ ୪ ଜିବି ରାମ ସହ ଏହାକୁ ଉପସ୍ଥାପନ କରିଛି କମ୍ପାନୀ । ୪ ଜିବି ରାମ ଥିବା ଏହି ସ୍ମାର୍ଟଫୋନ୍ ସୁନେଲୀ ରଙ୍ଗ ଓ ନୀଳ ରଙ୍ଗରେ ଆସିଛି । ଗ୍ରାହକ ନୂଆ ସ୍ମାର୍ଟଫୋନ ସହ ୧୧୦୦୦ ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫରର ମଧ୍ୟ ଲାଭ ଉଠାଇ ପାରିବେ ।

ଡୁଆଲ ସିମ ବିଶିଷ୍ଟ ମାଇକ୍ରୋମାକ୍ସ ଇଭୋକ୍ ଡୁଆଲ ନୋଟ୍ ଆଣ୍ଡଏଡ଼ ୭.୦ ନୁଗଟରେ ଚାଲେ । ଏଥିରେ ୫.୫ ସମ୍ପୂର୍ଣ୍ଣ ଏଚଡ଼ି ଡିସପ୍ଲେ ଦେଇଛି । ଏହି ସ୍ମାର୍ଟଫୋନରେ ୩ ଜିବି କିମ୍ବା ୪ ଜିବି ରାମ୍ ସହ ଅକ୍ଟା-କୋର ମିଡ଼ିଆ ଟେକ ଏମଟି୬୭୫୦ ପ୍ରେସେସର ଦିଆଯାଇଛି । ସ୍ମାର୍ଟଫୋନରେ ଦିଆଯାଇଛି ୧୩ ଓ ୫ ମେଗାପିକ୍ସେଲ ବିଶିଷ୍ଟ ଦୁଇଟି ରିୟର କ୍ୟାମେରା ।

ଏହା ବ୍ୟତୀତ ୫ ମେଗାପିକ୍ସେଲ ପ୍ରଂଟ କ୍ୟାମରା ମଧ୍ୟ ରହିଛି । ପ୍ରଂଟ କ୍ୟାମରାରେ ସଫ୍ଟ ସେଲ୍ଫି ଫ୍ଲାସ ବ୍ୟବସ୍ଥା ରହିଛି । ଏହାର ଇଂଟରନାଲ ଷ୍ଟୋରେଜ ୩୨ ପର୍ଯ୍ୟନ୍ତ ଜିବି ରହିଛି । ଏସଡ଼ି କାର୍ଡ଼ ସାହାଯ୍ୟରେ ସ୍ମାର୍ଟଫୋନର ମେମୋରୀ ୬୪ ଜିବି ପର୍ଯ୍ୟନ୍ତ ବଢ଼ାଇହେବ । ଏହାର ବ୍ୟାଟେରୀ କ୍ଷମତା ରହିଛି ୩୦୦୦ ଏମଏଏଚ୍ । ଏଥିରେ ୪ଜି ଭୋଲଟି, ୱାଇ-ଫାଇ ୮୦୨.୧୧ବି/ଜି/ଏନ, ବ୍ଲୁଟୁଥ୍, ୟୁଏସବି ଟାଇପ ସି ଏବଂ ଓଟିିଜି ଓ ୩,୫ ଏମଏମ ଅଡ଼ିଓ ଜ୍ୟାକ୍ ମହଜୁଦ ରହିଛି । ଏହାର ହୋମ ବଟନରେ ରହିଛି ଫିଙ୍ଗର ପ୍ରିଂଟ ସେନ୍ସର ।