ମଝି ଆକାଶରେ ଉଡୁଥିଲା ପ୍ଲେନ ! ହଠାତ୍ ଘଟିଲା ଦୁର୍ଘଟଣା, ତଳକୁ ଖସିପଡିଲେ ପାଇଲଟ୍ । ଆଉ ତା ପରେ…

37

ଏମିତି ଏକ ଦୁର୍ଘଟଣାର ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣଙ୍କର ଲୋମ ଟାଙ୍କୁରି ଉଠିବ । ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ମଝି ଆକାଶରୁ ତଳକୁ ଖସି ପଡିଛନ୍ତି ପାଇଲଟ । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ପାଇଲଟ୍ ଜଣଙ୍କ ସିଧା ଯାଇ ଜଙ୍ଗଲ ଭିତରେ ପଡିଥିଲେ । ତେବେ ସୌଭାଗ୍ୟବଶତଃ ସେ ବଞ୍ଚିଯାଇଥିଲେ ସତ କିନ୍ତୁ ତାଙ୍କ କାନ୍ଧରେ ଏକ ଗଛର ଏକ ମୋଟା ଡାଳ ପଶି ଯାଇଥିଲା ।

ତେବେ ଘଟଣାଟି ଥିଲା କିଛି ଏପରି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୩୬ ବର୍ଷୀୟ ଇବାନ କ୍ରାସୋସ୍କି ନିଜ ଘରେ ଏକ ମାଇକ୍ରୋଲାଇଟ ପ୍ଲେନ ତିଆରି କରିଥିଲେ । ଯାହାକୁ ପେରାଟ୍ରାଇକ କୁହାଯାଇଥାଏ । ତେବେ ଏହି ପ୍ଲେନକୁ ଉଡାଣ ପାଇଁ ନେଇଯାଇଥିବା ସମୟରେ ଘଟିଥିଲା ଏହି ଲୋମଟାଙ୍କୁରା ଘଟଣା । ମଝି ଆକାଶରେ କୌଣସି ଯାନ୍ତ୍ରିକ ତ୍ରୁଟି ଘଟିବାରୁ ପ୍ଲେନଟି ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ପାଇଲଟ ଜଣକ ଆଘାତ ପାଇବା ସହ ମଝି ଆକାଶରୁ ତଳକୁ ଖସି ପଡିଥିଲେ । ଫଳରେ ଗଛର ଏକ ମୋଟା ଡାଳ ତାଙ୍କ କାନ୍ଧରେ ପଶି ଯାଇଥିଲା । ତେବେ ସମ୍ପୃକ୍ତ ପାଇଲଟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଏବଂ ସେ ବିପଦମୁକ୍ତ ଥିବା ଜଣାପଡିଛି । ତେବେ ଏଭଳି ବିପଦପୂର୍ଣ୍ଣ ସମୟରେ ମଧ୍ୟ ଇବାନ୍ ହସ୍ପିଟାଲ ବେଡରେ ପଡି ନିଜ ଫଟୋ ଉଠାଇବା ସହ ଭିଡିଓ ବନାଇ ସୋସିଆଲ ମିଡିଆରେ ଛାଡିଥିଲେ ।