ମାଇକ୍ରୋଫାଇନାନ୍ସ ଚିଟଫଣ୍ଡ ଠକେଇ ମାମଲାରେ ସଂସ୍ଥା ନିର୍ଦ୍ଦେଶକ ଅଶୋକ ପଟ୍ଟନାୟକ ଦୋଷୀ ସାବ୍ୟସ୍ତ ! ୩ ବର୍ଷ ଜେଲଦଣ୍ଡ ସହ ୧୫ ହଜାର ଟଙ୍କାର ଜରିମାନା

26

କନକ ବ୍ୟୁରୋ : ମାଇକ୍ରୋଫାଇନାନ୍ସ ଚିଟଫଣ୍ଡ ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସଂସ୍ଥା ନିର୍ଦ୍ଦେଶକ ଅଶୋକ ପଟ୍ଟନାୟକ । ସଂସ୍ଥା ମୁଖ୍ୟଙ୍କୁ ୩ ବର୍ଷ ଜେଲଦଣ୍ଡ ସହ ୧୫ ହଜାର ଟଙ୍କାର ଜରିମାନା କରିଛନ୍ତି ସିବିଆଇ ସ୍ୱତନ୍ତ୍ର କୋର୍ଟ । ଏହାସହ ଅର୍ଥ ଲଗାଣକାରୀ ସଂସ୍ଥା ମାଇକ୍ରୋଫାଇନାନ୍ସ ଲୋକଙ୍କ ଠାରୁ ଠକେଇ କରିଥିବା ଟଙ୍କା ଫେରାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୧୦୫ କୋଟି କ୍ଷତିପୂରଣ କରିବା ପାଇଁ କମ୍ପାନୀଙ୍କୁ ନିର୍ଦେଶ ଦେଇଛନ୍ତି ସିବିଆଇ ସ୍ୱତନ୍ତ୍ର କୋର୍ଟ ।