ଟେଲିଭିଜନ୍ ଗ୍ରାହକଙ୍କ ପାଇଁ ଖୁସିର ଖବର ! ଏଣିକି ଅଫଲାଇନରେ ମିଳିବ ଏମଆଇ ସ୍ମାର୍ଟ ଏଲଇଡି ଟିଭି, ୨ ଭାରିଆଂଟରେ ହେବ ଉପଲବ୍ଧ ।

40

କନକ ବ୍ୟୁରୋ : ଏଣିକି ଏମଆଇ ସ୍ମାର୍ଟ ଏଲଇଡି ଟିଭି ଅଫଲାଇନରେ ମିଳିବ । ଭୁବନେଶ୍ୱରରେ ଏହାର ଉଦଘାଟନ କରିଛନ୍ତି କମ୍ପାନୀର ଇଷ୍ଟ ଜୋନ୍ ହେଡ ଅଭିଷେକ ରାୟ ଓ ଏମଆଇର ଓଡିଶା ଡିଷ୍ଟିବୁଟର ଜୟ ସାଦାନୀ  । ପୂର୍ବରୁ ଅନଲାଇନ୍ ମାର୍କେଟରେ ବେଶ୍ ଆଧିପତ୍ୟ ବିସ୍ତାର କରିଥିବା ଏମଆଇ ଏବେ ଅଫଲାଇନ୍ ପ୍ଲାଟଫର୍ମକୁ ଟାର୍ଗେଟ୍ କରି ଦର୍ଶକଙ୍କ ନିକଟତର ହେବାକୁ ଚେଷ୍ଟା କରିଛି  । ଜାଣନ୍ତୁ ଏହି ଟିଭିର ସ୍ୱତନ୍ତ୍ରତା  ।

ଟିଭି କିଣିବ ଟ୍ୱିନ୍ ସିଟି । ଅଫଲାଇନ୍ରେ ଏମଆଇ ଟିଭି । ଅନଲାଇନ୍ ସପିଙ୍ଗ୍ ଜରିଆରେ ଭାରତ ବଜାରରେ ହଲଚଲ୍ ସୃଷ୍ଟି କରିଥିବା ଏମଆଇ ସ୍ମାର୍ଟ ଟିଭି ଏବେ ଉପଲବ୍ଧ ହେବ ଅଫଲାଇନ୍ ଷ୍ଟୋରରେ  । କଟକ, ଭୁବନେଶ୍ୱରର ଗ୍ରାହକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୨ଟି ରେଂଜର ଟିଭି ବଜାରରେ ଉପଲବ୍ଧ ହେବ  । ଏହି ସ୍ମାର୍ଟ ଟିଭି କମ ପ୍ରାଇସରେ ଅଧିକ ଫାସିଲିଟି ସହ ବଜାରକୁ ପ୍ରବେଶ କରିଛି  । ଭୁବନେଶ୍ୱରରେ ଏହାର ଶୁଭ ଉଦଘାଟନ କରିଛନ୍ତି କମ୍ପାନୀର ପୂର୍ବ ଆଂଚଳିକ କ୍ଷେତ୍ରୀୟ ମୁଖ୍ୟ ଅଭିଷେକ ରାୟ  ।

ଲଂଚ୍ ହୋଇଥିବା ୨ଟି ଟିଭି ୩୨ ଓ ୪୩ ଇଂଚ୍ ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୧ଜିବି ର‌୍ୟାମ୍ ଓ ୮ଜିବି ରମ୍ ରହିଛି  । ସେହିପରି ଟିଭି ଗୁଡ଼ିକରେ ଏଚଡିଏମଆଇ ପୋର୍ଟ ଓ ୟୁଏସବି ପୋର୍ଟ ରହିଛି  । ୪୩ ଇଂଚ୍ ବିଶିଷ୍ଟ ଟିଭିର ମୂଲ୍ୟ ୨୨୯୯୯ ଟଙ୍କା ଥିବା ବେଳେ ୩୨ ଇଂଚ୍ ବିଶିଷ୍ଟ ଟିଭିର ମୂଲ୍ୟ ୧୩୯୯୯ ଟଙ୍କା ରହିଥିବା ଜଣାପଡ଼ିଛି  । ଅନ୍ୟ କମ୍ପାନୀର ଟିଭିରୁ ସ୍ୱତନ୍ତ୍ର ଦାବି କରାଯାଉଥିବା ଏହି ଏମଆଇ ସ୍ମାର୍ଟ ଟିଭିରେ ହାଇ ଡେଫିନିସନ୍ ଭିଡ଼ିବ ଚାଲିପାରିବ  । ପ୍ରତିଯୋଗିତାପୂର୍ଣ୍ଣ ଭାରତୀୟ ବଜାରରେ ଏମଆଇର ଅଫଲାଇନ୍ ଏଂଟ୍ରି ଗ୍ରାହକଙ୍କୁ ନିଶ୍ଚିତ ଭାବେ ନୂଆ ବିକଳ୍ପ ପ୍ରଦାନ କରିବ । ଅନ୍ୟପଟେ ପୂର୍ବରୁ ଅନଲାଇନ୍ ଜରିଆରେ ଗ୍ରାହକଙ୍କ ନିକଟତର ହୋଇସାରିଥିବାରୁ ଅଧିକ ପରିଶ୍ରମ କରିବାକୁ ପଡ଼ିବନାହିଁ ବୋଲି କୁହାଯାଉଛି  ।